ଭୁବନେଶ୍ବର: ପିଆଜ ଦରବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ବାସଭବନରେ ଛାତ୍ର କଂଗ୍ରେସର ବିକ୍ଷୋଭ।
ଶତାଧିକ କଂଗ୍ରେସ କର୍ମୀ କଂଗ୍ରେସ ଭବନରୁ ବାହାରି ମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯାଇଥିଲେ। ସେଠାରେ ମନ୍ତ୍ରୀଙ୍କ ଘରକୁ ପିଆଜ ମାଡ଼ କରିବା ସହିତ ଦରବୃଦ୍ଧି ନେଇ ଦେଇଥିବା ବେପରୁଆ ମନ୍ତବ୍ୟକୁ ନିନ୍ଦା କରିଥିଲେ। ଏହାସହ ଦରବୃଦ୍ଧି ପାଇଁ ସରକାର ଦାୟୀ ବୋଲି ନାରାବାଜି କରିଥିଲେ।
ତେବେ ପଦକ୍ଷେପ ନନେଇ ଓଲଟା ବେପରୁଆ ମନ୍ତବ୍ୟ ଦେଇଥିବା ଦଳ ଅଭିଯୋଗ କରିଛି। ମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛି ଦଳ। ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ କଂଗ୍ରେସ କର୍ମୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ