ETV Bharat / city

ତୈଳ ଦରବୃଦ୍ଧି ପ୍ରତିବାଦରେ ରାଜଧାନୀରେ କଂଗ୍ରେସର ବିକ୍ଷୋଭ - Congress protest Against Oil Price Hike

ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଘଣ୍ଟା ବଜାଇ ଅଭିନବ ଉପାୟରେ ପ୍ରତିବାଦ କରିଛି ଦଳ । ଅଧିକ ପଢନ୍ତୁ...

ତୈଳ ଦରବୃଦ୍ଧି ପ୍ରତିବାଦରେ ରାଜଧାନୀରେ କଂଗ୍ରେସର ବିକ୍ଷୋଭ

author img

By

Published : Jul 7, 2021, 6:39 PM IST

ଭୁବନେଶ୍ବର: ଦରବୃଦ୍ଧି ପ୍ରତିବାଦରେ ସାରା ଓଡିଶାରେ କଂଗ୍ରେସର ପ୍ରତିବାଦ । ତୈଳ ଦର ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ଓ ଉଭୟ ସରକାରଙ୍କ କୃଷକ ମାରଣ ନୀତିକୁ ବିରୋଧ କରି ଦଳର ବିକ୍ଷୋଭ ପ୍ରଦର୍ଶନ । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଓ ପ୍ରଦେଶ ଛାତ୍ର କଂଗ୍ରେସର ମିଳିତ ସହଯୋଗରେ କଂଗ୍ରେସ ନେତୃବୃନ୍ଦ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ଥାଳି ଓ ଘଣ୍ଟ ବାଡେଇ ପ୍ରତିବାଦ କରିଛନ୍ତି ।

ତୈଳ ଦରବୃଦ୍ଧି ପ୍ରତିବାଦରେ ରାଜଧାନୀରେ କଂଗ୍ରେସର ବିକ୍ଷୋଭ

କୋରୋନା ମହାମାରୀ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଗରିବ ଓ ମଧ୍ୟବିତ୍ତଙ୍କୁ ଖୁବ୍ ବାଧିଛି । ଆଉ ଏମାନଙ୍କ କଥା ଚିନ୍ତା କରି ସରକାର ସମସ୍ତ ସାମଗ୍ରୀର ଦର କମ କରନ୍ତୁ ନହେଲେ ଆଗକୁ ପ୍ରତିବାଦ ଜୋର ଧରିବ ।

ସେପଟେ ପ୍ରଦେଶ କଂଗ୍ରେସ ପକ୍ଷରୁ ତେଲ ଓ ଗ୍ୟାସ ଦର ନ କମିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରବଳ ବର୍ଷିଛି ଦଳ । ଏହାସହ ଛାତ୍ର କଂଗ୍ରେସ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଘଣ୍ଟା ବଜାଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.