ଭୁବନେଶ୍ବର: ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସର ଅଭିନବ ବିକ୍ଷୋଭ ପ୍ରଦର୍ଶନ। ଘଣ୍ଟ ବାଡେଇ, ଗ୍ୟାସ ସିଲିଣ୍ଡର ମୁଣ୍ଡେଇ କଂଗ୍ରେସର ମହିଳା କର୍ମୀମାନେ ବୁଧବାର ପ୍ରତିବାଦ କରିଛନ୍ତି।
ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ବରେ ଶତାଧିକ ମହିଳାକର୍ମୀ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଗୋଲେଇ ଛକରେ ବିକ୍ଷୋଭ ପଦର୍ଶନ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉପରେ ବୋଝ ଲଦୁଛନ୍ତି। କୋରୋନା ସଂକ୍ରମଣ ସମୟରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସମୟରେ ତୈଳ ଦର ବୃଦ୍ଧି, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ହୁ ହୁ ହୋଇ ବଢିଚାଲିଛି। ଏହାର ତୀବ୍ର ପ୍ରତିବାଦ କରି ମହିଳା କଂଗ୍ରେସ ଆଗକୁ ଜୋରଦାର ଲଢେଇ କରିବ ବୋଲି ସେ କହିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ