ETV Bharat / city

ରାହୁଲଙ୍କୁ ଇଡିର ଜେରା ବିରୁଦ୍ଧରେ ଗର୍ଜିଲା କଂଗ୍ରେସ

author img

By

Published : Jun 16, 2022, 1:49 PM IST

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି ED । ଏହାକୁ ପ୍ରତିବାଦ କରି ରାଜଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କଲା ପ୍ରଦେଶ କଂଗ୍ରେସ । ଅଧିକ ପଢନ୍ତୁ

ରାହୁଲଙ୍କୁ ଇଡିର ଜେରା ବିରୁଦ୍ଧରେ ଗର୍ଜିଲା କଂଗ୍ରେସ
ରାହୁଲଙ୍କୁ ଇଡିର ଜେରା ବିରୁଦ୍ଧରେ ଗର୍ଜିଲା କଂଗ୍ରେସ

ଭୁବନେଶ୍ବର: ନ୍ୟାସନାଲ ହେରାଲ୍ଡ ଖବରକାଗଜ ଘୋଟାଲା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପଚରାଉଚରା କରୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) । କ୍ରମାଗତ ଚାରି ଦିନ ହେଲାଣି ରାହୁଲ ଇଡି ଅଫିସ ଧାଉଁଛନ୍ତି । ଯାହାକୁ ନେଇ ଚାରିଆଡେ ଗର୍ଜୁଛି କଂଗ୍ରେସ । ମୋଦି ସରକାର ଇଡି ଓ ସିବିଆଇକୁ ନିଜ ସ୍ବାର୍ଥରେ ବ୍ୟବହାର କରୁଥିବା କଂଗ୍ରେସ ଅଭିଯୋଗ କରିଛି ।

ବିଜେପି ସରକାରର ଏଭଳି ପ୍ରତିଶୋଧ ରାଜନୀତି ଓ ପୋଲିସର ବର୍ବରତା ବିରୋଧରେ ଦଳ ରାଜରାସ୍ତାକୁ ଓହ୍ଲାଇଛି । ଦିଲ୍ଲୀ କଂଗ୍ରେସ ଅଫିସରେ ପୋଲିସ ପଶି ଲାଠି ଚାର୍ଜ କରିବା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡି ୪ ଦିନ ଧରି ଜେରା କରିବା ଘଟଣାକୁ ନିନ୍ଦା କରିଛି କଂଗ୍ରେସ । ବିଜେପି ଅସହିଷ୍ଣୁ ହୋଇ ଆକ୍ରୋଶମୂଳକ ଭାବରେ ଦଳୀୟ ନେତାଙ୍କୁ ଏଭଳି ବ୍ୟବହାର କରୁଛି ।

ପୋଲିସ ଏବଂ ବିଭିନ୍ନ ସଂସ୍ଥା କେନ୍ଦ୍ର ସରକାରଙ୍କ ହାତ ବାରିସି ହୋଇ ଏଭଳି କାର୍ଯ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଛି ।ଏହା ବିରୋଧରେ ଆଜି ରାଜଭବନ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛି ପ୍ରଦେଶ କଂଗ୍ରେସ । ଏଥିସହ ଆସନ୍ତା ଶୁକ୍ରବାର ସମସ୍ତ ଜିଲ୍ଲାର ବିଜେପି କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.