ETV Bharat / city

Congress Agitation: ED, CBIର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ - ନ୍ୟାସନାଲ ହେରାଲ୍ଡ ମାମଲା

ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଲଗାତାର ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି । ଏହି ବିରୋଧରେ କଂଗ୍ରେସ ରାଜଭବନ ନିକଟରେ ଗଣଧାରଣା ଦେଇଛି । ଅଧିକ ପଢନ୍ତୁ

Congress Agitation: ED, CBIର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

author img

By

Published : Jun 16, 2022, 9:46 PM IST

ଭୁବନେଶ୍ବର: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଲଗାତାର ରାହୁଲ ଗାନ୍ଧୀଙ୍କୁ ଜେରା କରୁଛି । ଏହି ବିରୋଧରେ ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ଗଣଧାରଣା ଦିଆଯାଇଥିଲା । ରାଜଭବନ ନିକଟରେ ଓପିସିସି ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶହ ଶହ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦଳ ED ଏବଂ CBI ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

Congress Agitation: ED, CBIର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଲା କଂଗ୍ରେସ

ରାହୁଲ ଗାନ୍ଧୀଙ୍କୁ 3 ଦିନ ଧରି ଲଗାତାର ଭାବରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଡାକି ପଚରାଉଚରା କରିବା ଏବଂ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ପୋଲିସ ପଶି ବର୍ବୋରଚିତ ଆକ୍ରମଣ ଅଭିଯୋଗ କରି ଦଳ ଏହି ଗଣଧାରଣା ଦେଇଛି । ରାଜଭବନ ନିକଟରେ ଓପିସିସି ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶହ ଶହ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେନ୍ଦ୍ରରେ ବିଜେପି ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି ।

ଜୋର ଜବରଦସ୍ତ ଜୁଲମ କରୁଛି । ନ୍ୟାସନଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ED କାର୍ଯ୍ୟାଳୟକୁ ଡକାଯାଇ ଅକଥନୀୟ ଅତ୍ୟାଚାର କରାଯାଉଛି ଯାହାର ପ୍ରତିବାଦ ସ୍ବରୂପ ଏ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ମୋଦି ସରକାର ଯେଉଁଭଳି ଭାବରେ ED ଏବଂ CBIକୁ ଅପବ୍ୟବହାର କରୁଛି, ରାହୁଲ ଗାନ୍ଧୀଙ୍କୁ ହଇରାଣ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ । କୌଣସି ଦୁର୍ନୀତି ନଥାଇ କଣ ପାଇଁ ତାଙ୍କୁ ମାନସିକ ଅତ୍ୟାଚାର କରାଯାଉଛି ବୋଲି ଦଳ ପ୍ରଶ୍ନ କରିଛି । ଯେଉଁ ପରିବାର ଦେଶ ପାଇଁ ବଳିଦାନ ଦେଇଥିଲେ ତାଙ୍କ ଉପରେ ଦାଉ ସାଧୁଛି ବିଜେପି ସରକାର ବୋଲି ଦଳ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.