ଭୁବନେଶ୍ବର: ନାଗରିକତା ସଂଶୋଧନ ବିଲକୁ ବିରୋଧ କରି କଂଗ୍ରେସ ବୁଧବାର ରାଜରାସ୍ତାକୁ ଓହ୍ଲାଇଛି । ସବୁ ରାଜ୍ୟରେ କଂଗ୍ରେସ ପ୍ରତିବାଦ ଓ ଧାରଣା ଦେଉଛି । ଏହି କ୍ରମରେ ଭୁବନେଶ୍ବର କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଏକାଠି ହୋଇ ବିଲକୁ ବିରୋଧ କରିଛନ୍ତି କଂଗ୍ରେସ ନେତା ।
ମାଷ୍ଟରକ୍ୟାଣ୍ଟିନ ଛକରେ ଏକାଠି ହୋଇ କଳାପଟି ପିନ୍ଧି ବିଲ ବିରୋଧରେ ବର୍ଷିଛନ୍ତି କଂଗ୍ରେସ ନେତା । ଭାରତ ବର୍ଷର ଅଖଣ୍ଡତା ପ୍ରତି ଏହା କୁଠାରଘାତ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ । ବୁଧବାର ରାଜ୍ୟସଭାରେ ରହି ବିଲ ଉପରେ ଆଲୋଚନା ହୋଇ ପାରିତ ହେବାର କାର୍ଯ୍ୟକ୍ରମ ଚାଲିଥିବାବେଳେ କଂଗ୍ରେସ ଏହାକୁ ବିରୋଧ କରିଛି ।
ସେପଟେ ବିଜେଡି ଯେଭଳି ବିଜେପି ସହିତ ମିଶି ବିଲକୁ ସମର୍ଥନ କରୁଛି ତାକୁ ନିନ୍ଦା କରାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ