ETV Bharat / city

ପ୍ରଭୁ ଲିଙ୍ଗରାଜଙ୍କ ଜମିବିକ୍ରି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ - ପ୍ରଭୁ ଲିଙ୍ଗରାଜଙ୍କ ଜମି ବିକ୍ରି ପ୍ରସଙ୍ଗ

ପ୍ରଭୁ ଲିଙ୍ଗରାଜଙ୍କ ଜମି ବିବାଦ ନେଇ ବିବାଦ ବଢ଼ିବାରେ ଲାଗିଛି। ଜମି ହଡ଼ପ ନେଇ ଉଚ୍ଚ ନ୍ୟାୟାଳୟରେ ଆବେଦନ ହୋଇଥିବାବେଳେ ସରକାରଙ୍କୁ ଦୋଷ ଦେଇଛି କଂଗ୍ରେସ। ଏହି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ଅଧିକ ପଢ଼ନ୍ତୁ

congress pressmeet on lord lingaraj land scam issue
ପ୍ରଭୁ ଲିଙ୍ଗରାଜଙ୍କ ଜମି ବିକ୍ରି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
author img

By

Published : Feb 22, 2022, 2:03 PM IST

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କ ଜମି ବିବାଦ ନେଇ ବିବାଦ ବଢ଼ିବାରେ ଲାଗିଛି। ଜମି ହଡ଼ପ ନେଇ ଉଚ୍ଚ ନ୍ୟାୟାଳୟରେ ଆବେଦନ ହୋଇଥିବାବେଳେ ସରକାରଙ୍କୁ ଦୋଷ ଦେଇଛି କଂଗ୍ରେସ। ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ସମ୍ମିଳନୀରେ କଂଗ୍ରେସ ଉପସଭାପତି ତଥା ବରିଷ୍ଠ ଆଇନଜୀବି ଶିବାନନ୍ଦ ରାୟ ଓ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବା ଦେଖିବାକୁ ମିଳିଥିଲା।

ପ୍ରଭୁ ଲିଙ୍ଗରାଜଙ୍କ ଜମି ବିକ୍ରି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ଏହି ଜମି ଆଇନଗତ ଭାବେ ପ୍ରଭୁ ଲିଙ୍ଗରାଜଙ୍କ ହୋଇଥିବାରୁ ଏହାକୁ ବିକ୍ରି କରିବା ଆଇନ ସିଦ୍ଧ ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ବିକ୍ରି କାରବାରରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷମାନଙ୍କୁ ସରକାର ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି। ଓଡ଼ିଶା ହିନ୍ଦୁ, ଦେବାଦେବୀ ସଂପର୍କିତ ଆଇନ ୧୯୫୧ ଧାରା ୧୯ ଅନୁସାରେ ଯଦି ଲିଙ୍ଗରାଜ ଟ୍ରଷ୍ଟବୋର୍ଡ ପ୍ରଭୁଙ୍କ କୌଣସି ସମ୍ପତ୍ତି ଲିଜ ଦେବାପାଇଁ ଚାହାନ୍ତି ତେବେ ଏଣ୍ଡେମେଣ୍ଟ କମିଶନରଙ୍କୁ ଏ ବାବଦରେ ଜଣାଇବା ଉଚିତ। ଏବଂ ନିୟମ ଅନୁସାରେ ଏଣ୍ଡେମେଣ୍ଟ କମିଶନର ସର୍ବାଧିକ ୫ବର୍ଷ ପର୍ଯ୍ୟନ୍ତ ଲିଜ ଦେଇପାରିବେ । ତେବେ ଏହି ଜମିରେ ନିର୍ମାଣ ହେବାକୁ ଥିବା ବହୁରାଷ୍ଟ୍ରିୟ କମ୍ପାନୀ ହୋଟେଲକୁ କେତେ ବର୍ଷ ପାଇଁ ଲିଜ ଦିଆଯାଇଥିବା ପ୍ରଶ୍ନ ଉଠାଇଛି କଂଗ୍ରେସ। ଉଚ୍ଚ ନ୍ୟାୟାଳରେ ଏହି ବିବାଦ ବିଚାର ଅଧିନରେ ଥିବାବେଳେ ଏହାର ସମାଧାନ ନେଇ ସରକାରଙ୍କ ଏଭଳି ତତ୍ପରତା ଦେଖିବାକୁ ମିଳିଛି।

ରାଡିସନ ଗ୍ରୁପ ଏକ ଆମେରିକୀୟ ବହୁ ରାଷ୍ଟ୍ରୀୟ କମ୍ପାନୀ ଯାହା ସାରା ବିଶ୍ବର ବିଭିନ୍ନ ସ୍ଥାନରେ ହୋଟେଲ ନିର୍ମାଣ କରୁଛି। ଯଦି ଭୁବନେଶ୍ବରରେ ଏହି ଗ୍ରୁପ ହୋଟେଲ କରିବାକୁ ଚାହୁଁଥିଲା ତେବେ ସରକାର ଅନ୍ୟ କେଉଁଠି ଜମି ନଦେଇ ଲିଙ୍ଗରାଜଙ୍କ ଜମିକୁ ଏହି କମ୍ପାନୀକୁ ଟେକି ଦେବାର କାହିଁକି ଆବଶ୍ୟକତା ପଡ଼ିଲା। ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଛନ୍ତି ଭିମପୁରା ମୌଜାର ଏହି ଜମିଟି ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ମାତ୍ର କିଛି ଶହ ମିଟର ଦୂରରେ ଅବସ୍ଥିତ। ଏହି ଅଞ୍ଚଳରେ ଅନ୍ୟ ବାସିନ୍ଦାମାନଙ୍କୁ ଏକ ମହଲାରୁ ଦ୍ବିତୀୟ ମହଲା ଘର କରିବା ପାଇଁ ବିଡିଏ ଆପ୍ରୋଭାଲ ଦେଉନଥିଲା ବେଳେ ଏଠାରେ ଏକ ବହୁତଳ ହୋଟେଲ କରିବା ପାଇଁ କିପରି ଅନୁମତି ମିଳିଲା। ବିମାନ ବନ୍ଦରର ନିକଟତର ଅଞ୍ଚଳ ହୋଇଥିବାରୁ ଏଠାରେ କୌଣସି ଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବା ନେଇ ବିମାନ ବନ୍ଦର କତୃପକ୍ଷଙ୍କ ଅନୁମତି ନେବା ନିତ୍ୟାନ୍ତ ଜରୁରୀ ଅଟେ। ହେଲେ ରାଡିସନ ହୋଟେଲ ଗ୍ରୁପକୁ ଏହି ଅନୁମତି ବିମାନ ବନ୍ଦର ପକ୍ଷରୁ ମିଳିଛି ନା ନାହିଁ ତାହା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଶ୍ବଜିତ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, ଏହି ଜମିକୁ ସେବାୟତ ମାନଙ୍କର ନାମରୁ କାଟି ଦିଆଯାଇଥିବାବେଳେ ଆହା ଏକ ବ୍ୟବସାୟିକ ଅନୁଷ୍ଠାନକୁ ହସ୍ତାନ୍ତର କରିବା ଏକ ନିନ୍ଦନୀୟ ବିଷୟ ଅଟେ। ଏହି ଘଟଣା ନେଇ ସରକାର ନିଜେ ମୁହଁ ଖୋଲନ୍ତୁ। ଏବଂ କେତେ କୋଟି ଟଙ୍କା କିଏ କେଉଁଭଳି ଭାବରେ ନେଇଛନ୍ତି ତାହାର ତଥ୍ୟ ପ୍ରକାଶ କରନ୍ତୁ । ତତ୍‌ସହିତ ସେବାୟତ ମାନଙ୍କୁ ସେବାବୃତି ନିମନ୍ତେ ଦିଆଯାଇଥିବା ଜମିକୁ ତାଙ୍କ ମାର୍ଫତରେ ରଖାଯିବା ସହ ସରକାର ସୁପ୍ରିମକୋର୍ଟରେ ଆବେଦନ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଭୁବନେଶ୍ବରରୁ, ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.