ETV Bharat / city

ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ସରକାର, ପର୍ଦ୍ଦାଫାଶ କଲା କଂଗ୍ରେସ - କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ

ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ତଥ୍ୟ ଲୁଚାଉଛନ୍ତି ସରକାର । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ସାମ୍ବାଦିକ ସମ୍ମିଳନୀରେ ଏହାର ପର୍ଦ୍ଦାଫାଶ କରିଛନ୍ତି । ଅଧିକ ପଢନ୍ତୁ...

congress pressmeet in bhubaneswar
ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ସରକାର; ପର୍ଦ୍ଦାଫାଶ କଲା କଂଗ୍ରେସ
author img

By

Published : Jun 12, 2021, 2:37 PM IST

ଭୁବନେଶ୍ବର : ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ତଥ୍ୟ ଲୁଚାଉଛନ୍ତି ସରକାର । ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ସାମ୍ବାଦିକ ସମ୍ମିଳନୀରେ ଏହାର ପର୍ଦ୍ଦାଫାଶ କରିଛନ୍ତି । ସୁଦର୍ଶନ ଅଭିଯୋଗ କରିଛନ୍ତି ଯେ, କୋଭିଡ ମୃତ୍ୟୁ ଲୁଚାଉଛନ୍ତି ରାଜ୍ୟ ସରକାର ।

ମେ 5 ରୁ ଜୁନ 11 ଭିତରେ 1122 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ମେ 1 ରୁ ମେ 15 ଭିତରେ 395 ଜଣଙ୍କ ଜୀବନ ଯାଇଛି । 650 ଜଣଙ୍କ ଶବ ସତ୍ୟନଗରରେ ଜଳା ହୋଇଛି । ସେହିପରି 560 ଜଣଙ୍କ ଶବ ସତୀଚୌରାରେ ପୋଡା ହୋଇଛି । ରାଜ୍ୟରେ 2 ହଜାର ଲୋକଙ୍କ କୋଭିଡ ମୃତ୍ୟୁ ଜନିତ ମୃତଦେହ ପୋଡା ଯାଇଛି । ଆରଟିଆଇ ତଥ୍ୟ ଅନୁସାରେ 1288 ଶବ କେବଳ ସେପ୍ଟେମ୍ବର ମାସରେ ସତ୍ୟ ନଗରରେ ପୋଡା ଯାଇଛି । ହେଲେ ସରକାରୀ ତଥ୍ୟ କହୁଛି 342 ଜଣଙ୍କ ଶବସତ୍ୟ ନଗରରେ ପୋଡା ଯାଇଛି । କୋଭିଡ ସମୟରେ ଅଧିକ ମୃତ୍ୟୁ ହେଉଛି ।

ମୃତ୍ୟୁ ତଥ୍ୟ ଲୁଚାଉଛନ୍ତି ସରକାର; ପର୍ଦ୍ଦାଫାଶ କଲା କଂଗ୍ରେସ

ହେଲେ ଅନ୍ୟ ରୋଗ ଜନିତ ମୃତ୍ୟୁ କହି ସରକାର ଚାପି ଦେଉଛନ୍ତି । ସତ୍ୟକୁ ଚାପି ଆଉ ଏକ ମହାମାରୀ ଡାକୁଛନ୍ତି ରାଜ୍ୟ ସରକାର । ବିହାର ସରକାର ଭଳି ରାଜ୍ୟ ସରକାର କୋରୋନା ମୃତ୍ୟୁ ପାଇଁ 4 ଲକ୍ଷ ଟଙ୍କା ସହାୟତା ରାଶି ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛନ୍ତି । ଏଥିପାଇଁ ଅନଲାଇନ ବ୍ୟବସ୍ଥା କରି ସଠିକ ଯାଞ୍ଚ କରାଯାଉ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.