ETV Bharat / city

ନବୀନଙ୍କୁ କଂଗ୍ରେସର ୧୦ଟି ପ୍ରଶ୍ନ - congress pressmeet

ନବୀନଙ୍କୁ କଂଗ୍ରେସର ୧୦ ପ୍ରଶ୍ନ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟବାସୀଙ୍କ ଆଗରେ ଉତ୍ତର ରଖିବାକୁ କହିଲା ଦଳ । ଅଧିକ ପଢନ୍ତୁ...

congress pressmeet in bhubaneswar
ନବୀନଙ୍କୁ କଂଗ୍ରେସର ୧୦ଟି ପ୍ରଶ୍ନ
author img

By

Published : Dec 22, 2020, 6:31 PM IST

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 10ଟି ପ୍ରଶ୍ନ କରିଛି । ରାଜ୍ୟ କୋଇଲା ଓ ଖଣି ସବୁକୁ ନିଲାମ ନେଇ କେନ୍ଦ୍ର ପ୍ରଭୃତ ଲାଭ କରୁଥିବାବେଳେ ଏଥିରୁ ଆଦାୟ ହଜାର ହଜାର କୋଟି ଟଙ୍କା ସେଥି ମଧ୍ୟରୁ ଓଡିଶା ଭାଗ ଆଦୌ ପାଇନଥିବାବେଳେ ନିଜର ହକ୍ ଛାଡି ନବୀନ ବାବୁ କାହିଁକି ଚୁପ ରହିଲେ ? ଏହା ସାଲିସର ଲକ୍ଷଣ ନୁହେଁ କି? କୁଆଡେ ଗଲା ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି । କାହା ଭୟରେ ନା କେଉଁ ସ୍ବାର୍ଥ ଲାଭ ଆଶାରେ ଗତ ଛ’ ବର୍ଷ ଧରି ନବୀନବାବୁ ନୀରବ? ଦେଶରେ ଉପା ସରକାର ଥିବାବେଳେ ନବୀନ ବାବୁ ଏକଥା ବାରମ୍ବାର ଦୋହରାଉଥିଲେ ନା ନାହିଁ? କେଉଁ ସ୍ବାର୍ଥରେ ଅର୍ଥ କମିଶନ କାଟି ଦେଇଥିବା ୧ ପ୍ରତିଶତ ଅର୍ଥକୁ ରାଜ୍ୟ ସହ୍ୟ କରିଛି? କେଉଁ ସ୍ବାର୍ଥରେ ଗତ ୬ ବର୍ଷ ମଧ୍ୟରେ ପ୍ରାୟ ଏନ୍‌ଡିଏ ସରକାରଙ୍କର ୧୦ ଗୋଟି ଲୋକ ବିରୋଧି ଆଇନକୁ ବିଜୁ ଜନତା ଦଳ ପାର୍ଲାମେଣ୍ଟରେ ସମର୍ଥନ ଜଣାଇ ଆସିଛି ।

ନବୀନଙ୍କୁ କଂଗ୍ରେସର ୧୦ଟି ପ୍ରଶ୍ନ

ନବୀନବାବୁ ଆପଣ କହିବେ କି ସତରେ ଦିଲ୍ଲୀରେ ଆପଣଙ୍କର କେହି ବସ ନାହାଁନ୍ତି ? ରାଜ୍ୟର ଜଣେ ଅଣ ଓଡିଆ ପ୍ରାକ୍ତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବ ବିଜେଡି ଦଳର ସଦସ୍ୟ ଭାବେ ରାଜ୍ୟସଭାକୁ ପଠାଇବାକୁ ଘୋଷଣା କରିବାର ମାତ୍ର କେଇ ଘଣ୍ଟା ପରେ ଆପଣଙ୍କ ସ୍ବର ବଦଳାଇ କାହିଁକି ଭାଜପା ପ୍ରାର୍ଥୀ ଭାବେ ଘୋଷଣା କଲେ? ଦଳର ପ୍ରାର୍ଥୀ ଜିତାଇବା କ୍ଷମତା ଥାଇ ମଧ୍ୟ କେଉଁ ବସଙ୍କ ରିମୋର୍ଟ କଂଟ୍ରୋଲ ଦ୍ବାରା ପରିଚାଳିତ ହୋଇ ଏହା କରିଥିଲେ । ଗୋଟିଏ ବିଲ୍‌କୁ ପାର୍ଲାମେଣ୍ଟରେ ବଦଳାଇବାର ନିର୍ଦ୍ଦେଶ ଦେଇ ହଠାତ୍ ଶେଷ ମୁହୂର୍ତରେ ବଦଳା ଯାଇଥିଲା କି ନାହିଁ? କେଉଁ ବସ୍‌ର ନିର୍ଦ୍ଦେଶରେ ଏପରି କରିଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଅଥଚ ଆପଣ ଆପଣଙ୍କ ଶାସନର ପ୍ରଥମ ପର୍ଯ୍ୟାୟରେ ଓଡିଆ ଭାଷାଭାଷୀ ଥିବା ବିଚ୍ଛିନ୍ନାଞ୍ଚଳକୁ ରାଜ୍ୟରେ ମିଶାଇବାରେ ଅସଫଳ ହେଲେ । ତଥାପି ସେହି ବିଜେପି ସରକାର ସାଙ୍ଗରେ ରହିଲେ ।

ଏହା ଆପଣଙ୍କର ଦୋମୁହାଁ ନୀତି ନୁହେଁ କି ବୋଲି ଦଳ କହିଛି । ଆପଣ ୨୫ ବର୍ଷ ରାଜ୍ୟରେ ରହି ମଧ୍ୟ ଓଡିଆକୁ ମାତୃଭାଷା ଭାବେ ପଠିତ, କଥିତ ଓ ଲିଖିତ ଭାଷା ରୂପେ ଗ୍ରହଣ କଲେ ନାହିଁ କାହିଁକି? ଭାଷା ପ୍ରତି ଘୃଣା ନା ହେୟ ମନୋଭାବ? କଂଗ୍ରେସର ଆଶା ଯେ ବିଜେଡିର ସମ୍ବିଧାନ ନିଶ୍ଚୟ ପାଠ କରିଥିବେ । ଯେଉଁଥିରେ ଧାରା – ୨ରେ ସଂକଳ୍ପ ଥିଲା ଏକ ସମୃଦ୍ଧ ଓ ସ୍ବାଭିମାନୀ ଓଡିଶା ତଥା ଦେଶର ଏକ ଅଗ୍ରଣୀ ରାଜ୍ୟର ପରିକଳ୍ପନା । ଏହାସହ ବିଜେଡିକୁ ଦଳ ଦୁଇଗୋଟି ଇସ୍ତାହାର କଥା ମନେ ପକାଇ ଦେଇଥିଲା । ବିଜେପି ସହିତ ମିଶି ବିଜେଡି ଇସ୍ତାହାର ପ୍ରକାଶ କରିଥିଲା, ଯାହାର ଶୀର୍ଷକ ଥିଲା – ‘ଏକ ସମୃଦ୍ଧ, ସ୍ବାବଲମ୍ବୀ ଓ ସ୍ବାଭିମାନୀ ଓଡିଶା ନିର୍ମାଣ’ । ୧୯୯୯ରେ ପ୍ରକାଶିତ କେବଳ ବିଜୁ ଜନତା ଦଳର ଇସ୍ତାହାରରେ ଥିଲା ‘ସମୃଦ୍ଧ ଓଡିଶା ଆମର ସଂକଳ୍ପ’ । ଏ କି ପ୍ରକାର ସମୃଦ୍ଧି ବୋଲି କଂଗ୍ରେସ ପ୍ରଶ୍ନ କରିଛି ? ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ଅମୀୟ ପାଣ୍ଡବ ଓ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.