ଭୁବନେଶ୍ବର: କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ଏହି ସମ୍ମିଳନୀରେ ରଶ୍ମି ମହାପାତ୍ର, ମନୋରଞ୍ଜନ ଦାଶ ପ୍ରମୁଖ ମଧ୍ୟ ଉପସ୍ଥିତ ଅଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ଗଠିତ କମିଟିକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛି କଂଗ୍ରେସ।
କମିଟିରେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି। ସର୍ବଭାରତୀୟ ସ୍ତରରେ ୮୫ ଜଣ ଥିବା ବେଳେ ଓଡିଶାରୁ ମାତ୍ର ୩ ଜଣ ଅଛନ୍ତି। ପଶ୍ଚିମବଙ୍ଗରୁ ୨୬ ଜଣ ରହିଛନ୍ତି। ରାଜନୈତିକ ଫାଇଦା ପାଇଁ ତଥା ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶାର ନୁହଁନ୍ତି ବୋଲି କେନ୍ଦ୍ର ସରକାର ଅପଚେଷ୍ଟା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କଂଗ୍ରେସ ଦାବି କରିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି କମିଟିରେ ସୁରାଟର ସରପଞ୍ଚ ଅଛନ୍ତି କିନ୍ତୁ କଟକ ବିଧାୟକ ନାହାନ୍ତି। ପଶ୍ଚିମବଙ୍ଗର ଖେଳାଳି ସାମିଲ ଅଛନ୍ତି କିନ୍ତୁ ଓଡ଼ିଶାର ନା ଖେଳାଳି ନା ବୁଦ୍ଧିଜୀବୀ କାହାକୁ ସାମିଲ କରାଯାଇନାହିଁ। ଏହାସହ ଓଡ଼ିଶାର ରାଜ୍ୟପାଳଙ୍କୁ ମଧ୍ୟ ସାମିଲ କରାଯାଇନାହିଁ । କଂଗ୍ରେସର ଦାବି କରିଛି ଯେ, ଓଡିଶାରୁ ୨୫ ଜଣଙ୍କୁ ଏହି କମିଟିରେ ସାମିଲ କରାଯାଉ । ଏହାସହ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାନ୍ତୁ ଓ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଜାତୀୟ ରାଜନୀତିରେ ତାଙ୍କର ପ୍ରଭାବ ଦେଖାନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ