ETV Bharat / city

ଅଡୁଆରେ ପଦ୍ମନାଭ; କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ, ବିଜେଡିର ପ୍ରତିକ୍ରିୟା - padmanabha behera's false affidavit issue

ବଢିଲା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଡୁଆ । ପ୍ରଥମେ ଗଞ୍ଜାମ ବସ ଟ୍ରାଜେଡିରେ ଶକ୍ତି ବିଭାଗକୁ ସବୁ ଦୋଷ ଠେଲି ଚର୍ଚ୍ଚାର ପରିସରକୁ ଆସିଥିବା ପଦ୍ମନାଭ, ଏବେ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାର ଅଭିଯୋଗରେ ବିବାଦରେ ଫସିଛନ୍ତି । ଅଧିକ ପଢନ୍ତୁ:

congress press meet
ପଦ୍ମନାଭଙ୍କ ମିଥ୍ୟା ସତ୍ୟପାଠ ମାମଲା; କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ, ବିଜେଡି ରଖିଲା ପ୍ରତିକ୍ରିୟା
author img

By

Published : Feb 16, 2020, 5:23 PM IST

ଭୁବନେଶ୍ବର: ବଢିଲା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଡୁଆ । ପ୍ରଥମେ ଗଞ୍ଜାମ ବସ ଟ୍ରାଜେଡିରେ ଶକ୍ତି ବିଭାଗକୁ ସବୁ ଦୋଷ ଠେଲି ଚର୍ଚ୍ଚାର ପରିସରକୁ ଆସିଥିବା ପଦ୍ମନାଭ, ଏବେ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାର ଅଭିଯୋଗରେ ବିବାଦରେ ଫସିଛନ୍ତି । ବୀରମହାରାଜପୁରରୁ ବିଧାୟକ ଭାବେ ଜିତିଥିବା ପଦ୍ମନାଭଙ୍କ ବିରୋଧରେ କଂଗ୍ରେସ, ମିଥ୍ୟା ସତ୍ୟପାଠ ଦାଖଲ କରିଥିବାର ଅଭିଯୋଗ ଆଣି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଦାବି କରିଛି ।

ପଦ୍ମନାଭଙ୍କ ମିଥ୍ୟା ସତ୍ୟପାଠ ମାମଲା; କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ, ବିଜେଡି ରଖିଲା ପ୍ରତିକ୍ରିୟା

2004ରୁ 2019 ସାଧାରଣ ନିର୍ବାଚନରେ 3 ପ୍ରକାର ସତ୍ୟାପାଠ ସେ ଦାଖଲ କରିଥିବା କଂଗ୍ରେସ ଅଭିଯୋଗ କରିଛି । ସେ 2004 ସତ୍ୟପାଠରେ 1972 ମସିହାରେ ମାଟ୍ରିକ ପରୀକ୍ଷା ଦେଇଥିବା ଉଲ୍ଲେଖ କରିଥିବାବେଳେ 2009 ଓ 2014ରେ 1973 ମସିହାରେ ମାଟ୍ରିକ ପାସ କରିଥିବା ଦର୍ଶାଇଛନ୍ତି । ସେପଟେ 2019 ମସିହା ନିର୍ବାଚନ ସତ୍ୟାପଠରେ 1973 ମସିହାରେ ସେ ଅଷ୍ଟମ ପାସ ବୋଲି ଉଲ୍ଲେଖ କରିଥିବା ଅଭିଯୋଗ ହୋଇଛି।

ଯାହାକୁ ଭିତ୍ତିକରି 2020 ଜାନୁଆରୀ 9 ତାରିଖରେ ପଦ୍ମନାଭ ବେହେରାଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ରୁଜୁ କରିବା ପାଇଁ ହାଇକୋର୍ଟ ବୀରାମହାରାଜପୁର ଥାନାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାରି ଭିତରେ ଏକ ମାସ ସମୟ ବିତିଯାଇଥିଲେ ବି ସୁବର୍ଣ୍ଣପୁର ଏସପି ଏ ଘଟଣାର ଅନୁଧ୍ୟାନ କରାଯାଉଛି ବୋଲି କହୁଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ ପ୍ରଶ୍ନ ଉଠାଇବା ସହ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବୀରାମହାରାଜପୁର ଥାନା ଅଧିକାରୀ, ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାହାର ଅନୁମତିକୁ ଅପେକ୍ଷା କରିଛନ୍ତି ବୋଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି ।

ଏହାସହ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ସେପଟେ ବିଜେଡି ଏହାକୁ ହାଲୁକା ଭାବେ ନେବା ସହ ଏପରି ଛୋଟମୋଟ ଭୁଲ କେବେ କେବେ ହୋଇଯାଏ ବୋଲି କହିଛନ୍ତି ବିଜେଡି ବିଧାୟକ କିଶୋର ମହାନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.