ETV Bharat / city

କବୀର ଭୋଇଙ୍କୁ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦିଆଯାଉ: କଂଗ୍ରେସ

author img

By

Published : Oct 13, 2020, 9:10 PM IST

ସୁକାନ୍ତି ଭୋଇଙ୍କ ମୃତ୍ୟୁ, ଚିକିତ୍ସା ଅବହେଳାରୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଏହା ସହ କବୀର ଭୋଇଙ୍କ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

କବୀର ଭୋଇଙ୍କୁ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦିଆଯାଉ: କଂଗ୍ରେସ
କବୀର ଭୋଇଙ୍କୁ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦିଆଯାଉ: କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟ ସେବା ଭୁଶୁଡି ପଡିଛି । କବୀର ଭୋଇଙ୍କ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଉ। ଚିକିତ୍ସା ଅବହେଳା ଘଟଣାର ତଦନ୍ତ ଏସିଏସଙ୍କ ତତ୍ତ୍ବାବଧାନରେ କରାଯାଉ ବୋଲି କଂଗ୍ରେସ ଦାବି କରିଛି । ଏହାସହ ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।

ଆମ୍ବୁଲାନ୍ସ ନ ପାଇ ଟ୍ରଲିରେ କଟକ ଆସି ଚିକିତ୍ସାଧୀନ ଅବସ୍ଥାରେ ସୁକାନ୍ତି ଭୋଇଙ୍କ ମୃତ୍ୟୁ ଘଟଣାକୁ ନେଇ ମଙ୍ଗଳବାର ଭୁବନେଶ୍ବର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ କବୀର ଭୋଇଙ୍କ ସ୍ତ୍ରୀ ସୁକାନ୍ତି ଭୋଇଙ୍କ ଚିକିତ୍ସା ସେବା ନପାଇ ମୃତ୍ୟୁବରଣ କରିଥିଲେ । ଦୀର୍ଘ ୨୦ ଘଣ୍ଟା ଟ୍ରଲିରେ ନେଇ କଟକ ଏସସିବି ମେଡ଼ିକାଲ ଯିବା ଘଟଣା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ବାସ୍ତବତାକୁ ପଦାରେ ପକାଇଛି। କବୀର ଭୋଇଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ମିଳିବା ନେଇ ଦାବି କରିଛନ୍ତି ।ତେବେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦ୍ଵାରା ତଦନ୍ତ କରାଯାଉ । ମାନବାଧିକାର କ୍ଷୁର୍ଣ୍ଣ ପାଇଁ ୫୦ ଲକ୍ଷ କ୍ଷତିପୂରଣ ନେଇ ରାଜ୍ୟ କିମ୍ବା କେନ୍ଦ୍ରୀୟ ମାନବାଧିକାର କମିଶନଙ୍କ ଭେଟିବ କଂଗ୍ରେସ।

ସତ୍ୟବାଦୀ ବ୍ଲକ ସାକ୍ଷୀଗୋପାଳ ଅଞ୍ଚଳର କବୀର ଭୋଇ ନିଜ ସ୍ତ୍ରୀ ସୁକାନ୍ତି ଭୋଇ ଚିକିତ୍ସା ଅବହେଳାରୁ କଟକ ଏସସିବି ମେଡିକାଲରେ ମୃତ୍ୟୁବରଣ କରିଥିଲା। କଂଗ୍ରେସ ପକ୍ଷରୁ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ବରେ ଏକ ଟିମ ଯାଇ କବୀର ଭୋଇଙ୍କୁ ଭେଟିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.