ETV Bharat / city

ସାଧାରଣ ଉଦ୍ୟୋଗ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ - ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ସାଧାରଣ ଉଦ୍ୟୋଗ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଅଧିକ ପଢନ୍ତୁ...

Congress press meet
ସାଧାରଣ ଉଦ୍ୟୋଗ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ
author img

By

Published : Sep 22, 2021, 6:25 PM IST

ଭୁବନେଶ୍ବର: ସାଧାରଣ ଉଦ୍ୟୋଗ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । କଣ ପାଇଁ ସାଧାରଣ ଉଦ୍ୟୋଗ ବିଭାଗ ସୃଷ୍ଟି କରାଯାଇଛି ସରକାର ଜାଣିନାହାନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି ।

ସାଧାରଣ ଉଦ୍ୟୋଗ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ରାଜ୍ୟ ସରକାର 1991ରେ ଉଦ୍ୟୋଗ ଗୁଡିକର ସଠିକ ପରିଚାଳନା ଲାଗି ସାଧାରଣ ଉଦ୍ୟୋଗ ବିଭାଗ ସୃଷ୍ଟି କରିଥିଲେ । 2019 -20ରେ ୯ ଟି କର୍ପୋରେସନ ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତି ହୋଇଛି 17733 କୋଟି ଟଙ୍କା । ଏହା ଅଧିନରେ 37ଟି ନିଗମ ଅଛି । ହେଲେ ଏହି ବିଭାଗର ଦାୟିତ୍ବରେ ଥିବା ଆଇଏଏସ ଅଫିସର 7 ବର୍ଷ ହେଲା ବଦଳି ନାହାନ୍ତି । ବିଭାଗର ମୁଖ୍ୟ ମାସ ମାସ ହେଲା ଅଫିସ ଆସୁ ନାହାଁନ୍ତି । ଆଜି ପର୍ଯ୍ୟନ୍ତ କୌଣସି ସମୀକ୍ଷା ମଧ୍ୟ ହୋଇନାହିଁ ।

ମୌସୁମୀ ଅଧିବେଶନ ପୂର୍ବରୁ କୌଣସି ସଚିବ ବାହାରକୁ ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରିଥିଲେ ମୁଖ୍ୟ ଶାସନ ସଚିବ । ହେଲେ ଏହି ବିଭାଗର ପ୍ରମୁଖ ସଚିବ ବିଜୟ ଆଉରା ଦିନଟିଏ ବି ଅଫିସ ଆସି ନାହାଁନ୍ତି । ଏପରିକି ସରକାରୀ ପିଅନକୁ ଘରେ କାମ କରାଉଥିବା ଅଭିଯୋଗ ଆଣିଛି କଂଗ୍ରେସ। ସଚିବଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ ଦାବି କରିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.