ETV Bharat / city

ପରୀ ହତ୍ୟାକାଣ୍ଡ ଓ ଦୁର୍ନୀତିକୁ ନେଇ ବିଜେଡି-ବିଜେପି ଉପରେ ବର୍ଷିଲା କଂଗ୍ରେସ

ପରୀ ହତ୍ୟା ଘଟଣା, ଚିଟଫଣ୍ଡ ଓ ଖଣିଦୁର୍ନୀତି ଘୋଟାଲା ନେଇ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ । କଂଗ୍ରେସ ସବୁବେଳେ ବିରୋଧୀ ଦଳର ଭୂମିକା ନିଭାଇଛି କହିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର। ଅଧିକ ପଢନ୍ତୁ...

congress press meet in bhubaneswar
ପରୀ ହତ୍ୟା ଘଟଣା ଓ ଦୁର୍ନୀତି ନେଇ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ
author img

By

Published : Dec 6, 2020, 3:48 PM IST

ଭୁବନେଶ୍ବର: ରାଜ୍ୟରେ ପରୀ ହତ୍ୟା ଘଟଣା ସହ ଚିଟଫଣ୍ଡ ଓ ଖଣିଦୁର୍ନୀତି ଘୋଟାଲା ନେଇ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ । ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାରଙ୍କ ଅଭିଯୋଗ ବହୁ ଦୁର୍ନୀତିର ସିବିଆଇ ତଦନ୍ତ କରିଛି। କିନ୍ତୁ କୌଣସି ସୁଫଳ ମିଳୁନି । କଂଗ୍ରେସ ସବୁବେଳେ ଏକମାତ୍ର ବିରୋଧୀ ଦଳର ଭୂମିକା ନିଭାଇଛି। କିନ୍ତୁ ବିଜେପି ବିଜେଡି ବନ୍ଧୁ ଭଳି ହାତ ମିଳାଇଛନ୍ତି । ପରୀ ହତ୍ୟା ପ୍ରସଙ୍ଗରେ ସରକାର ଓ ସ୍ଥାନୀୟ ମନ୍ତ୍ରୀଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି। ଚିଟଫଣ୍ଡ ତଦନ୍ତ ସିବିଆଇ କରୁଥିଲା। କିନ୍ତୁ କଣ ହେଲା ବୋଲି ସେ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା।

ପରୀ ହତ୍ୟା ଘଟଣା ଓ ଦୁର୍ନୀତି ନେଇ ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରେସ

ରାଜ୍ୟରେ କେବେ ଵିଜେପି ଆଗେ ଆସି ବିରୋଧ ଭୂମିକା ନିଭାଇ ନାହିଁ ସବୁବେଳେ ପଛରେ ରହିଛି । ସବୁବେଳେ କଂଗ୍ରେସ ଆଗରେ ଆସି ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ରଖିଛି ରାଜ୍ୟରେ ବୋଲି ଚେଲା କୁମାର କହିଛନ୍ତି । ଶନିବାର ତାଙ୍କ ନେତୃତ୍ବରେ କଂଗ୍ରେସର ଏକ ଟିମ୍ ନୟାଗଡ ଗସ୍ତରେ ଯାଇଥିଲେ। ଏହା ବ୍ୟତୀତ ପରୀ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ପ୍ରଥମେ ସ୍ବର ଉତ୍ତୋଳନ କରିଥିଲା ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗକୁ ବଦଳାଇବାକୁ ବିଜେପି କଂଗ୍ରେସ ନେତାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଛି ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.