ETV Bharat / city

‘ବାତ୍ୟା ଫନିର ୨୫ ମାସ ପରେ ବି ହିତାଧିକାରୀଙ୍କୁ ମିଳିନି ସହାୟତା’ - ଫନି ସହାୟତାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଫନି ବାତ୍ୟା ଯାଇ ଆଉ ଦୁଇ ଦୁଇଟି ବାତ୍ୟା ଗଲାଣି ହେଲେ ଏପର୍ଯ୍ୟନ୍ତ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ସହାୟତା ମିଳିନାହିଁ। ଫନି ବାତ୍ୟାର 25 ମାସ ପରେ ବି ପକ୍କା ଘର ପାଇନାହାନ୍ତି ହିତାଧିକରୀ । ଅଧିକ ପଢନ୍ତୁ...

Congress press conference on cyclone fani damaged house issue
ଫନି ସହାୟତାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
author img

By

Published : Jul 30, 2021, 7:36 PM IST

ଭୁବନେଶ୍ବର: ଫନି ସହାୟତାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ଫନି ବାତ୍ୟା ସହାୟତା ଲୋକଙ୍କୁ ସଠିକ ଭାବରେ ପହଞ୍ଚିନାହିଁ । ଏ ପର୍ଯ୍ୟନ୍ତ ଲୋକଙ୍କ ପାଖକୁ ପକ୍କାଘର ପହଞ୍ଚି ନାହିଁ ।

ଫନି ସହାୟତାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଦୁଇଟି ଚିଠିକୁ ନେଇ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ । 12 ଲକ୍ଷ 55 ହଜାର ଲୋକଙ୍କୁ ପକ୍କା ଘର ଯୋଗାଇ ଦେବୁ ବୋଲି କହିଥିଲେ ରାଜ୍ୟ ସରକାର । 9.7.2021 ରେ ଏନେଇ ବିଭିନ୍ନ ଜିଲ୍ଲାପାଳ ମାନଙ୍କୁ ଚିଠି କଲେ ରାଜ୍ୟ ସରକାର ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଡିବା ପାଇଁ କୁହାଗଲା । ଏହାର 7 ଦିନ ପରେ 15. 7.2021 ରେ ପଞ୍ଚାୟତୟତିରାଜ ବିଭାଗ ଆଉ ଏକ ଚିଠି କଲା ଯେଉଁଥିରେ କେବଳ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ପାଇଁ କୁହାଗଲା ।

ଯୋଗ୍ୟ ହିତାଧିକାରୀଙ୍କ ବିଷୟରେ କିଛି ନ କହି ପୁରୁଣା ଚିଠିକୁ ଅକାମୀ କରାଗଲା । ଏଥିରୁ ସ୍ପଷ୍ଟ ପକ୍କା ଘରରେ ଏତେ ଅନିୟମିତତା ହେଇଛି ଯେ ନିଜ ବିଭାଗର ଅଧିକାରୀଙ୍କୁ ବିଶ୍ବାସକୁ ନେଇ ପାରୁନାହାନ୍ତି ରାଜ୍ୟ ସରକାର । ତେବେ ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଡ଼ା ଯାଉ ଓ ପକ୍କା ଘର ଦିଆଯାଉ ବୋଲି କଂଗ୍ରେସର ଦାବୀ କରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.