ETV Bharat / city

ରାଜ୍ୟ ସ୍ତରୀୟ ପ୍ୟାରେଡରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ମନା ପ୍ରସଙ୍ଗ, ଘଟଣାକୁ ନିନ୍ଦା କଲେ ପିସିସି ସଭାପତି

author img

By

Published : Aug 15, 2022, 3:14 PM IST

ରାଜ୍ୟ ସ୍ତରୀୟ ପ୍ୟାରେଡରେ ଗଣମାଧ୍ୟମକୁ ପ୍ରବେଶ ନ ମିଳିବା ପ୍ରସଙ୍ଗ । ଘଟଣାକୁ ନିନ୍ଦନୀୟ କହିଲେ ପ୍ରଦେଶ କଂଗ୍ରେସ ସଭାପତି । ଅଧିକ ପଢନ୍ତୁ

ରାଜ୍ୟ ସ୍ତରୀୟ ପ୍ୟାରେଡରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ମନା ପ୍ରସଙ୍ଗ

ଭୁବନେଶ୍ବର: ରାଜ୍ୟ ସ୍ତରୀୟ ପ୍ୟାରେଡରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ନ ମିଳିବା ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନାଁ ନ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ।

ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ‘‘ଗଣତନ୍ତ୍ର ନାଁରେ ଏକଛତ୍ରବାଦୀ ଶାସନ କରି ଲୋକଙ୍କୁ ହଇରାଣ କରୁଛନ୍ତି । ସମସ୍ତଙ୍କୁ ଭୟ ଦେଖାଉଛନ୍ତି ତାହା କେବେବି ସଫଳ ହେବେ ନାହିଁ । ସାମ୍ବାଦିକମାନେ ସମ୍ବିଧାନର ଚତୁର୍ଥ ସ୍ତମ୍ଭ । ଏଣୁ ସେମାନଙ୍କୁ ଛାଡିବା କଥା । ଏହା ଠିକ ଗଣତନ୍ତ୍ର ନୁହେଁ । ସମସ୍ତଙ୍କର ଅଧିକାର ରହିଛି । କୋଭିଡ ନାଁରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ରାଜ୍ୟସ୍ତରୀୟ ପରେଡରେ ପ୍ରବେଶ ନ ମିଳିବା ଘଟଣା ନିନ୍ଦନୀୟ ।"

ସୂଚନା ଅନୁଯାୟୀ, ଆଜି ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ପାଳନ ସମାରୋହ ଅନୁ୍ଷ୍ଠିତ ହୋଇଥିଲା । ହେଲେ ଏଥିରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳି ନ ଥିଲା । ଯାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.