ETV Bharat / city

ରାହୁଲ ହେବେ କଂଗ୍ରେସ ମୁଖିଆ ! ରାଜ୍ୟ କଂଗ୍ରେସ ପଠାଇଲା ପ୍ରସ୍ତାବ

କିଏ ହେବେ କଂଗ୍ରେସର ପରବର୍ତ୍ତୀ ମୁଖିଆ । ରାହୁଲଙ୍କୁ ଅଧ୍ୟକ୍ଷ ନେଇ ଓଡିଶା କରିବ କି ଦାବି ? ରାହୁଲ ହେବେ କି କଂଗ୍ରେସର ପରବର୍ତ୍ତୀ ମୁଖିଆ! ରାହୁଲଙ୍କୁ ଅଧ୍ୟକ୍ଷ କରିବାକୁ ଗୋଟିଏ ପରେ ଗୋଟିଏ ରାଜ୍ୟ କଂଗ୍ରେସ କମିଟି ସଂକଳ୍ପ ପାରିତ କରିବା ପରିପ୍ରେକ୍ଷୀରେ ଓଡ଼ିଶା ବି ପଛରେ ପଡିନି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିବି ରାହୁଲଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଓ ସଂକଳ୍ପ ପାରିତ କରି ଏଆଇସିସିକୁ ପଠାଇସାରିଛି । ଅଧିକ ପଢନ୍ତୁ

author img

By

Published : Sep 21, 2022, 10:05 PM IST

ରାହୁଲ ଗାନ୍ଧୀ ହେବେ କଂଗ୍ରେସ ମୁଖିଆ ! ରାଜ୍ୟ କଂଗ୍ରେସ ପଠାଇଲା ପ୍ରସ୍ତାବ

ଭୁବନେଶ୍ବର: କିଏ ହେବେ କଂଗ୍ରେସର ପରବର୍ତ୍ତୀ ମୁଖିଆ । ରାହୁଲଙ୍କୁ ଅଧ୍ୟକ୍ଷ ନେଇ ଓଡିଶା କରିବ କି ଦାବି ? ରାହୁଲ ହେବେ କି କଂଗ୍ରେସର ପରବର୍ତ୍ତୀ ମୁଖିଆ! ରାହୁଲଙ୍କୁ ଅଧ୍ୟକ୍ଷ କରିବାକୁ ଗୋଟିଏ ପରେ ଗୋଟିଏ ରାଜ୍ୟ କଂଗ୍ରେସ କମିଟି ସଂକଳ୍ପ ପାରିତ କରିବା ପରିପ୍ରେକ୍ଷୀରେ ଓଡ଼ିଶା ବି ପଛରେ ପଡିନି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିବି ରାହୁଲଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଓ ସଂକଳ୍ପ ପାରିତ କରି ଏଆଇସିସିକୁ ପଠାଇସାରିଛି।

ପିସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବା ନେଇ ଇଚ୍ଛା ପ୍ରକାଶ କରିଛନ୍ତି । ରାଜସ୍ଥାନ, ଛତିଶଗଡ଼, ଗୁଜୁରାଟ, ତାମିଲନାଡ଼ୁ, ଜମ୍ମୁ କଶ୍ମୀର ଭଳି ୮ଟି ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ରାହୁଲଙ୍କୁ ପୁଣି ଥରେ ଅଧ୍ୟକ୍ଷ ଭାବରେ ଦେଖିବାକୁ ସଂକଳ୍ପ ପାରିତ କରିସାରିଛନ୍ତି । ଆଉ ଏହି ଧାରାରେ ଓଡ଼ିଶା କଂଗ୍ରେସ ବି ସମାନ ରାସ୍ତାରେ ଚାଲିବାକୁ ପ୍ରସ୍ତୁତ। ରାହୁଲ ହିଁ ଦଳର ମଙ୍ଗ ଧରିବାକୁ ସବୁଠୁ ଯୋଗ୍ୟ କହି ତାଙ୍କ ନାଁରେ ପ୍ରସ୍ତାବ ପାରିତ କରି ଏଆଇସିସିକୁ ପଠାଇସାରିଛି ପିସିସି । ନିର୍ବାଚନ ଗଣତାନ୍ତ୍ରିକ ପଦ୍ଧତିରେ ହେଉ କିମ୍ବା ପତିଆରା ଆଧାରରେ ହେଉ ସୁରଙ୍କ ଭଳି ଖୋଲା ନେତା ସବୁ ଓଗାଳିଦେଇଛନ୍ତି। ବିଧାୟକ ତାରା ବାହିନୀପତି ମଧ୍ୟ କହିଛନ୍ତି ରାହୁଲ ଏକ ଶହିଦ ପରିବାରର ମଣିଷ ତାଙ୍କୁ ଅଧ୍ୟକ୍ଷ କରାଯିବା ଦରକାର । ତାଙ୍କ ପରିବାରର ଏ ଦେଶ ପ୍ରତି ଅବଦାନ ଅତୁଳନୀୟ ତେଣୁ ସେ ସଭାପତି ହୁଅନ୍ତୁ ବୋଲି କହିଛନ୍ତି ।

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ ରାହୁଲଙ୍କ ନାଁରେ ସହମତି ପାଇଥିବା କଥାକୁ ସ୍ପଷ୍ଟ କରିଦେଇଛନ୍ତି । ତେବେ ଯଦି ରାହୁଲ ଏଭଳି ପ୍ରସ୍ତାବ ଓ ସଂକଳ୍ପ ବଳରେ ସଭାପତି ହେବାକୁ ଯାଉଛନ୍ତି, ତେବେ ଅନ୍ୟ କିଏ କାହିଁକି ନାମକୁ ମାତ୍ର ନାମାଙ୍କନ ଭରିବେ । ଏହାର ଅର୍ଥ କଣ । କିନ୍ତୁ ସଭାପତି ଶରତ ପଟ୍ଟନାୟକ ନାମାଙ୍କନ ଦାଖଲ ଓ ପ୍ରତ୍ୟାହାର ଗଣତାନ୍ତ୍ରିକ ନିର୍ବାଚନର ଅଂଶବିଶେଷ କହି ଚତୁରତାର କାର୍ଡ ଖେଳିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.