ETV Bharat / city

'କଂଗ୍ରେସ ଭବନ ଗଣ୍ଡଗୋଳର ତଦନ୍ତ ହେବ'

କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣାର ହେବ ତଦନ୍ତ । ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କୁ ଦିଆଯାଇଛି ଦାୟିତ୍ବ । ସେପଟେ ହାଇକମାଣ୍ଡ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କଲେ ବରିଷ୍ଠ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ...

author img

By

Published : Oct 14, 2021, 10:53 PM IST

କଂଗ୍ରେସ ଭବନ ଗଣ୍ଡଗୋଳ ତଦନ୍ତ ହେବ
କଂଗ୍ରେସ ଭବନ ଗଣ୍ଡଗୋଳ ତଦନ୍ତ ହେବ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଶୋଚନୀୟ ବିପର୍ଯ୍ୟୟ ପରେ ପିସିସି ସଭାପତିଙ୍କୁ ବିରୋଧ କରି କଂଗ୍ରେସ ଭବନରେ ଭଙ୍ଗାରୁଜା କ୍ରମାଗତ ଭାବେ ଜାରି ରହିଛି । ପିସିସି ମୁଖିଆ ପରିବର୍ତ୍ତନ ନେଇ ସ୍ବର ଉତ୍ତୋଳନ କରୁଛନ୍ତି ଦଳୀୟ ନେତା ଓ କର୍ମୀ । ସଂଗଠନ ସ୍ଥାଣୁ ପାଲଟିଛି ବୋଲି ଅନେକ ନେତା ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଗତକାଲି କଂଗ୍ରେସ ଭବନରେ ପଶି କିଛି ଯୁବକ ଭଙ୍ଗାରୁଜା ଘଟଣା ପରେ ପିସିସି ସଭାପତି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଏହାର ତଦନ୍ତ ଦାୟିତ୍ବ ଦେଇଛନ୍ତି। ପୂର୍ବରୁ ମଧ୍ୟ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ସ୍ପଷ୍ଟ କରିଥିଲେ କି ଯେଉଁମାନେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କଂଗ୍ରେସ ଭବନ ଗଣ୍ଡଗୋଳ ତଦନ୍ତ ହେବ

ତେବେ କଂଗ୍ରେସ ଭବନରେ ଭଙ୍ଗାରୁଜା ଏକ ବଡ଼ ରୋଗ । ନନ୍ଦିନୀ ଶତପଥୀଙ୍କ ସମୟରୁ ଏଭଳି ପ୍ରଥା ଚାଲିଆସୁଛି । କଂଗ୍ରେସରେ ଦୀର୍ଘ ୫୦ ବର୍ଷ ଧରି ଏହି ଧାରାକୁ ଦେଖିଆସିଥିବା ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେଉଁମାନେ ସଭାପତି ହେବେ ତାଙ୍କ ବିରୋଧରେ ଗୋଟିଏ ଗୋଷ୍ଠୀ ଦିଲ୍ଲୀ ଯାଇ ଅଭିଯୋଗ କରିବେ। ଏଭଳି ଅସାଧୁ ଆଚରଣ ପାଇଁ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ କିମ୍ବା ବିଜେଡି ବିଜେପିର ହାତ ଥାଇପାରେ, ତେଣୁ ତୁରନ୍ତ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ ।

ସେହିପରି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ବିଶ୍ବଜିତ ଦାଶ । କଂଗ୍ରେସ ଭବନରେ ଭଙ୍ଗାରୁଜା ଏକ ନିନ୍ଦନୀୟ ଏବଂ ଦୁଃଖଦ ଘଟଣା।ବାରମ୍ବାର ଏଭଳି ଘଟୁଛି। ପିସିସି ସଭାପତି ତାଙ୍କ ଦାୟିତ୍ବ ଠିକ ସେ ତୁଲାଇବା ଦରକାର। ନଚେତ ପରିବେଶ କଳୁଷିତ ହୋଇଯିବ। ଦଳର ମର୍ଯ୍ୟାଦାହାନୀ ହେଉଛି। ସେପଟେ ଏହାର ତଦନ୍ତ ଦାୟିତ୍ବ ତାଙ୍କୁ ଦିଆଯାଇଥିବାରୁ ପୂଜା ଛୁଟି ପରେ ଏହାର ସଠିକ ତଦନ୍ତ କରାଯାଇ ରିପୋର୍ଟ ପିସିସିକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବିଶ୍ବଜିତ ଦାଶ । ଅନ୍ୟପକ୍ଷରେ ଶାସକ ବିଜେଡି ଓ ବିଜେପିରେ ମଧ୍ୟ କନ୍ଦଳ ହେଉଛି କିନ୍ତୁ ଗଣମାଧ୍ୟକୁ କେବଳ କଂଗ୍ରେସର କନ୍ଦଳ ଦେଖାଯାଉଛି ବୋଲି କହିଛନ୍ତି ବିଶ୍ବଜିତ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.