ETV Bharat / city

କଂଗ୍ରେସ ସୁଯୋଗ ଦେଇଛି ଲୋକଙ୍କ ପାଇଁ କିଛି କରିବି: କଂଗ୍ରେସ ମେୟର ପ୍ରାର୍ଥିନୀ

ଭୁବନେଶ୍ବର ମହାନଗର ନିଗମ ନିର୍ବାଚନର ମେୟର ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ମଧୁସ୍ମିତା । ମଧୁସ୍ମିତା କହିଛନ୍ତି ନିର୍ବାଚନରେ ଲଢେଇ ନିଶ୍ଚିନ୍ତ ହେବ । ଏଥର ରାଜନୀତିରେ ଏକ ନୂଆ ଇତିହାସ ହେବ। ମୁଁ ମୂଳରୁ ଏକ ରାଜନୈତିକ ପରିବାରରୁ ଆସିଛି। ଅଧିକ ପଢନ୍ତୁ

କଂଗ୍ରେସ ମେୟର ପ୍ରାର୍ଥୀନି
କଂଗ୍ରେସ ମେୟର ପ୍ରାର୍ଥୀନି
author img

By

Published : Mar 4, 2022, 4:25 PM IST

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ରାଜ୍ୟ କଂଗ୍ରେସ । ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଆଜି ଏନେଇ ଘୋଷଣା କରିଛନ୍ତି।

କଂଗ୍ରେସ ସୁଯୋଗ ଦେଇଛି ଲୋକଙ୍କ ପାଇଁ କିଛି କରିବି

ଭୁବନେଶ୍ବର ମହାନଗର ନିଗମ ନିର୍ବାଚନର ମେୟର ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି ମଧୁସ୍ମିତା । ମଧୁସ୍ମିତା କହିଛନ୍ତି ନିର୍ବାଚନରେ ଲଢେଇ ନିଶ୍ଚିନ୍ତ ହେବ । ଏଥର ରାଜନୀତିରେ ଏକ ନୂଆ ଇତିହାସ ହେବ। ମୁଁ ମୂଳରୁ ଏକ ରାଜନୈତିକ ପରିବାରରୁ ଆସିଛି। କଲେଜ ସମୟରେ ରାଜନୈତିକ ଦଳ ସହ ଜଡିତ ହୋଇଥିଲି । କେବଳ ଭୁବନେଶ୍ବର ନୁହଁ ସାରା ଓଡିଶାରେ କିଛି କରିବା ପାଇଁ ଚାହୁଁଥିଲି । ଲୋକଙ୍କ ପାଖରେ ପହଁଚିବା ରାଜନୀତି ଏକ ମାଧ୍ୟମ ବୋଲି କହିଛନ୍ତି ।

ସେହିପରି ମଧୁସ୍ମିତା କହିଛନ୍ତି ଯେହେତୁ କଂଗ୍ରେସ ଦଳ ମତେ ସୁଯୋଗ ଦେଇଛି, ଆଗକୁ ଯିବା ପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରିବି । ଏହାସହ ରାଜଧାନୀର ବିଭିନ୍ନ ସମସ୍ୟା କଥା ଉଠାଇ କହିଛନ୍ତି ଡ୍ରେନେଜ, ଶିକ୍ଷା ଆଦି ଉପରେ ଅନେକ ସମସ୍ୟା ରହିଛି। ଲୋକଙ୍କ ସହ ଅଛି ଲୋକମାନେ ଭୋଟ ଦିଅନ୍ତୁ। ପ୍ରାର୍ଥୀ ଠିକ ନାହିଁ ବୋଲି ଅନେକ ଲୋକମାନେ ଭୋଟ ଦେବାକୁ ଯାଉନାହାନ୍ତି। ଉପଯୁକ୍ତ ପ୍ରାର୍ଥୀ ଯଦି ଦଳ ଦେବା ତାହାର ଜବାବ ଜନସାଧାରଣ ମଧ୍ୟ ଦେବେ ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.