ଭୁବନେଶ୍ବର: ଗରିବ ଖଟିଖିଆ ମାନଙ୍କର ଘରୁ ବିଦ୍ୟୁତ ସଂଯୋଗ କଟିଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ ଚେତାବନୀ ଦେଇଛନ୍ତି ।
ସରକାର ବଡବଡ କମ୍ପାନୀମାନଙ୍କ ଠାରୁ ବିଦ୍ୟୁତ ଦେୟ ଆଦାୟ କରୁନଥିବା ବେଳେ କେବଳ ଗରିବ ଲୋକଙ୍କ ଉପରେ ଜୁଲମ କରୁଥିବା ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କରିଛନ୍ତି । ସଂଯୋଗ କାଟିବାକୁ ଆହୁରି 6 ଦିନ ବାକି ଅଛି, ତେଣୁ ସରକାର ନିଷ୍ପତ୍ତି ବଦଳାନ୍ତୁ ନଚେତ ଆନ୍ଦୋଳନ ହେବ। ମୁଣ୍ଡ ଉପରେ ବିଭିନ୍ନ ପରୀକ୍ଷା ରହିଥିବା ବେଳେ ଲାଇନ କଟିବା ନିଷ୍ପତ୍ତି ବଦଳାନ୍ତୁ ବୋଲି ସୁର କହିଛନ୍ତି ।
ଜାନୁଆରୀ ୧୫ ସୁଦ୍ଧା ବାକି ଥିବା ବିଦ୍ୟୁତ ଦେୟ ଯଦି ପୈଠ କରାନଯାଏ ତେବେ ଆଗକୁ ସଂଯୋଗ କଟାଯିବ ବୋଲି ସେସୁ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେସୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ତଥା ବରିଷ୍ଠ ପୋଲିସ ଅଫିସର ଅରୁଣ ବୋଥ୍ରା ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ । ଏହାକୁ କଂଗ୍ରେସ ବିରୋଧ କରିଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ