ETV Bharat / city

କଂଗ୍ରେସ ନବ ସଂକଳ୍ପ ଶିବିରର ଦ୍ବିତୀୟ ଦିନ, ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ଦଳର ପ୍ରସ୍ତୁତି - କଂଗ୍ରେସ ନବ ସଂକଳ୍ପ ଶିବିର

ଶାସକ ଦଳ ବିଜେଡି ଓ ବିଜେପି ସହ ଲଢେଇ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ସତ୍ତା ପାଇଁ କସରତ ଆରମ୍ଭ କରିଛି । ଏ ନେଇ ଦଳର ଦୁଇ ଦିନିଆ ନବ ସଂକଳ୍ପ ଶିବିର ଆୟୋଜିତ ହୋଇଛି । ଅଧିକ ପଢନ୍ତୁ

କଂଗ୍ରେସ ନବ ସଂକଳ୍ପ ଶିବିର
କଂଗ୍ରେସ ନବ ସଂକଳ୍ପ ଶିବିର
author img

By

Published : Jun 2, 2022, 6:25 PM IST

ଭୁବନେଶ୍ବର: ଶାସକ ଦଳ ବିଜେଡି ଓ ବିଜେପି ସହ ଲଢେଇ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ସତ୍ତା ପାଇଁ କସରତ ଆରମ୍ଭ କରିଛି । ଏ ନେଇ ଦଳର ଦୁଇ ଦିନିଆ ନବ ସଂକଳ୍ପ ଶିବିର ଆୟୋଜିତ ହୋଇଛି । ଆଜି (ଗରୁବାର) ଶିବିରର ଦ୍ବିତୀୟ ଦିନ । ଆରମ୍ଭରୁ ରଣହୁଙ୍କାର ଦେଇଛନ୍ତି ପିସିସି ସଭାପତି । ଦଳୀୟ ନେତାଙ୍କୁ ଶୃଙ୍ଖଳାର ପାଠ ପଢାଇବା ସହିତ କଡା ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । 2024 ପାଇଁ ରୋଡମ୍ୟାପ ପ୍ରସ୍ତୁତ ହୋଇଛି । କଂଗ୍ରେସକୁ ଜାଗ୍ରତ କରି ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ଆହ୍ବାନ ଦେଇଛନ୍ତି ଶରତ। ଏକଛତ୍ରବାଦ ଶାସନ ଚାଲିବ ନାହିଁ । ଆଗାମୀ ଦିନରେ ବିଜେଡି ସହ ଲଢେ଼ଇ ହେବ ବୋଲି କହିଛନ୍ତି ପିସିସି ସଭାପତି ।

କଂଗ୍ରେସ ନବ ସଂକଳ୍ପ ଶିବିର ଦ୍ବିତୀୟ ଦିନ

33 ସାଙ୍ଗଠନିକ ଜିଲ୍ଲାକୁ ଗସ୍ତ କରି କଂଗ୍ରେସ କର୍ମୀଙ୍କୁ ଏକାଠି କରିବେ ବୋଲି କହିଛନ୍ତି ପିସିସି ସଭାପତି । ସଂକଳ୍ପ ଶିବିରର ଦ୍ୱିତୀୟ ଦିବସରେ କର୍ମୀ ଓ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ନବନିଯୁକ୍ତ ସଭାପତି ଶରତ ପଟ୍ଟନାୟକ। ସେ ଆହୁରି କହିଛନ୍ତି, ସର୍ବାହରା ହୋଇଯାଇଛନ୍ତି ଓଡିଶାବାସୀ, ଓଡ଼ିଶାର ପରମ୍ପରା, ଭିତ୍ତିଭୂମିକୁ ବଜାୟ ରଖିବାକୁ ପଡିବ । 22 ବର୍ଷ ପରେ ଚାକିରୀ ଦେବାରେ ସମ୍ପୂର୍ଣ୍ଣ ବିଫଳ। ଜଳସେଚନ ଅବସ୍ଥା କହିଲେ ନସରେ ଚାଷୀ କାନ୍ଦୁଛି ଆୟ ଅତ୍ୟନ୍ତ ଦୁର୍ବଳ। ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଲଢେଇ ହେବ। ଆର୍ଥିକ ଦୂରବସ୍ଥା ପାଇଁ କେନ୍ଦ୍ର ସରକାର ଦାୟୀ। 70 ବର୍ଷରେ କଂଗ୍ରେସ କିଛି କରିନି ବୋଲି କହୁଥିଲେ ତେବେ ଆଜି କାହିଁକି କେନ୍ଦ୍ର ସରକାର ବଡ଼ ବଡ଼ ପ୍ରକଳ୍ପକୁ ବିକ୍ରି କରୁଛନ୍ତି। ଦରଦାମ ବୃଦ୍ଧି ଯୋଗୁଁ ଜନସାଧାରଣଙ୍କ ଅବସ୍ଥା ଶୋଚନୀୟ। ବିଜେଡି ବିଜେପି ଦୁଇ ଭାଇ ବୋଲି ଗର୍ଜିଛନ୍ତି ଶରତ ପଟ୍ଟନାୟକ ।

ଦଳ କିଭଳି ପୁନଃ ସଙ୍ଗଠିତ ହେବ । ଦଳୀୟ ନେତାଙ୍କୁ ଏକଜୁଟ କରି କିପରି ଅଣ୍ଟା ସଳଖିବ ସେ ନେଇ ବୈଠକରେ ରଣକୌଶଳ ପ୍ରସ୍ତୁତ ହୋଇଛି । 2024ରେ ଭଲ ପ୍ରଦର୍ଶନ କରିବାକୁ ହେଲେ ଦୃଢ ରୋଡମ୍ୟାପ ଦରକାର । ଏଥିପାଇଁ ବୈଠକରେ ମାନସ ମନ୍ଥନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସରେ ବୈଠକ ହୋଇଛି । ବ୍ଲକ ସଭାପତି, ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ପିସିସି ସଭାପତି ,ବରିଷ୍ଠ ନେତା ବୈଠକରେ ଯୋଗ ଦେଇଛନ୍ତି । ପ୍ରଥମ ଦିନ ଜିଲ୍ଲା ସଭାପତି ଯୋଗ ଦେଇଥିବାବେଳେ ଦ୍ୱିତୀୟ ଦିନ ବ୍ଲକ ସଭାପତିମାନେ ଯୋଗ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.