ETV Bharat / city

ସଂସଦରେ Adjournment Motion ଦାଖଲ କଲେ କୋରାପୁଟ ସାଂସଦ - ସପ୍ତଗିରି ଉଲାକାଙ୍କ ଆଡଜରନମେଣ୍ଟ ମୋସନ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଦର୍ଶାଇ ସଂସଦରେ ଆଡଜରନମେଣ୍ଟ ମୋସନ(Adjournment Motion In Parliament) ଦାଖଲ କଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା । ଅଧିକ ପଢନ୍ତୁ

ସଂସଦରେ Adjournment Motion ଦାଖଲ କଲେ କୋରାପୁଟ ସାଂସଦ

author img

By

Published : Nov 30, 2021, 7:19 AM IST

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତାରେ କଂଗ୍ରେସ । ଓଡିଶାରେ ଅପରାଧୀକ ମାମଲା ବୃଦ୍ଧି ପାଉଛି, ସରକାର ମଧ୍ୟ ଅପରାଧୀଙ୍କୁ ଦଣ୍ଡ ଦେବାରେ ବିଫଳ ଦର୍ଶାଇ ସଂସଦରେ ଅଭିଯୋଗ ଦାଖଲ କଲେ କଂଗ୍ରେସର କୋରାପୁଟ ସାଂସଦ ସପ୍ତଗିରି ଉଲାକା(MP Saptagiri Ulaka) ।

ସୂଚନା ଅନୁଯାୟୀ ସାଂସଦ ଉଲାକା ଲୋକସଭା ସଚିବଙ୍କୁ ଚିଠି ଲେଖିଛନ୍ତି । ଓଡିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ଦର୍ଶାଇ ସଂସଦରେ ଏକ ଆଡଜରନମେଣ୍ଟ ମୋସନ(Adjournment Motion In Parliament) ଦାଖଲ କରିଛନ୍ତି । କଳାହାଣ୍ଡି ସନସାଇନ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ(Mamita Meher Murder Case)ର ସଠିକ୍ ତଦନ୍ତ କରାଯାଉନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଘଟଣାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ସଂସଦରେ ଉପସ୍ଥାପନ କରିଛନ୍ତି ।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ୨୦୨୦ ଆଧାରରେ ଓଡିଶାରେ ମହିଳାଜନିତ ଅପରାଧ ସବୁଠୁ ଆଗରେ ରହିଛି । ତେଣୁ ଏହାର କୌଣସି ସ୍ଥାନୀୟ ସମାଧାନ ପାଇଂ ସଂସଦର ସାହାରା ଲୋଡିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.