ETV Bharat / city

ବିଜେଡିର କୋଭିଡ୍ ସଚେତନତା କାର୍ଯ୍ୟକ୍ରମକୁ କଂଗ୍ରେସର ଦସ୍ତଖତ ଅଭିଯାନ

author img

By

Published : Oct 2, 2020, 1:10 PM IST

ବିଜେଡିର କୋଭିଡ୍ ସଚେତନତା କାର୍ଯ୍ୟକ୍ରମକୁ କଂଗ୍ରେସର ଦସ୍ତଖତ ଅଭିଯାନ । ବିଜେଡି କୋଭିଡ୍‌ ସମ୍ପର୍କରେ ବୁଝାଇବା ପାଇଁ ଅଭିଯାନ ଆରମ୍ଭ କରିବାକୁ ଥିବାବେଳେ କଂଗ୍ରେସ ସରକାର ଫେଲ ମାରିଥିବା ଦର୍ଶାଇ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ବିଜେଡିର କୋଭିଡ୍ ସଚେତନତା କାର୍ଯ୍ୟକ୍ରମକୁ କଂଗ୍ରେସର ଦସ୍ତଖତ ଅଭିଯାନ
ବିଜେଡିର କୋଭିଡ୍ ସଚେତନତା କାର୍ଯ୍ୟକ୍ରମକୁ କଂଗ୍ରେସର ଦସ୍ତଖତ ଅଭିଯାନ

ଭୁବନେଶ୍ବର: ବିଜେଡି ମାସେ ବ୍ୟାପୀ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମ କରିବ । ଯାହାର ପ୍ରତି ଜବାବରେ କଂଗ୍ରେସ କୋଭିଡ୍‌ରେ ସରକାର ଫେଲ ମାରିଥିବା ଦର୍ଶାଇ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଆଜିଠାରୁ କଂଗ୍ରେସ ଏହି ଅଭିଯାନ ମାଧ୍ୟମରେ ପ୍ରତି ଗାଁ ଓ ପଞ୍ଚାୟତରେ ବୁଲି ବୁଲି ଦସ୍ତଖତ ସଂଗ୍ରହ କରିବ ।

ଏହାସହ କୋଭିଡ୍‌ରେ ସରକାର ଫେଲ ମାରିଥିବା ଲୋକଙ୍କୁ ଜଣାଇବ । ସେହିପରି ସରକାର କୋଭିଡ୍‌ରେ ଶହ ଶହ କୋଟି ଆତ୍ମସାତ କରିଥିବା କଥା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ।

ସେପଟେ ବିଜେଡିର କୋଭିଡ୍ ସଚେତନତା କାର୍ଯ୍ୟକ୍ରମକୁ ନେଇ ବିଜେଡିକୁ ସେ ତାତ୍ସଲ୍ୟ କରିଛନ୍ତି । ବିଜେଡି ସବୁ ବିଧାୟକଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରୁଥିବାବେଳେ ହିଞ୍ଜିଳିକାଟୁରେ କିଏ ସଚେତନତା କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଚଘର ଭିତରେ ରହୁଛନ୍ତି, ତେଣୁ ସେଠାରେ କିଏ କରିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ କୋଭିଡକୁ ନେଇ ବିଜେଡି ଯେଉଁ ପଦଯାତ୍ରା କରିବ ତାକୁ ଲୋକେ ଗ୍ରହଣ କରିବେ ନାହିଁ, ଯେଉଁଭଳି ଭାବରେ ଲୋକଙ୍କ ମୃତ୍ୟୁ ଘଟିଛି ତାକୁ ଲୋକଲୋଚନକୁ ଆଣି ନାହାଁନ୍ତି ସରକାର । ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ଏଭଳି କାର୍ଯ୍ୟକ୍ରମ କରୁଛନ୍ତି ବୋଲି ତାରା ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.