ETV Bharat / city

ବିଜେପି-ବିଜେଡି ମିଳିତ ଭାବେ ଗୃହ ଚଳେଇ ଦେଉନାହାଁନ୍ତି: ତାରା - ତାରାପ୍ରସାଦ ବାହିନୀପତି

ବିଧାନସଭାକୁ ବିଜେପି-ବିଜେଡି ମିଳିତ ଭାବେ ଚଳେଇ ଦେଉନାହାଁନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ...

ତାରାପ୍ରସାଦ ବାହିନୀପତି
ତାରାପ୍ରସାଦ ବାହିନୀପତି
author img

By

Published : Mar 15, 2021, 11:34 AM IST

ଭୁବନେଶ୍ବର: ତୃତୀୟ ଦିନ ପାଇଁ ଚାଲିପାରୁନି ବିଧାନସଭା । ଚାଷୀଙ୍କ ଧାନ ଉଠାଇବା ସମସ୍ୟା ନେଇ ଗୃହରେ ଅଚଳାବସ୍ତା ଜାରି । ପୁଣି ଶାସକ-ବିରୋଧୀ ମୁହାଁମୁହିଁ । ଫଳରେ ଗୃହକୁ ବାଚସ୍ପତି 11.30 ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ତାରାପ୍ରସାଦ ବାହିନୀପତି

ସେପଟେ ବିଧାନସଭା ନଚାଲୁ ବୋଲି ବିଜେପି ଓ ବିଜେଡି ମିଳିତ ଭାବରେ ପ୍ରୟାସ କରୁଛନ୍ତି । କେବଳ ଡ୍ରାମା କରୁଛନ୍ତି ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ।

ବିଧାୟକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି । ଚାଷୀ ଆତ୍ମହତ୍ୟା କଲେଣି । ନବୀନ ବାବୁ ହସୁଛନ୍ତି । ଲୋକଙ୍କ ସହ ସରକାର ବେଇମାନ କରିଛନ୍ତି । ଯେପର୍ଯ୍ୟନ୍ତ ଚାଷୀଙ୍କ ଧାନ ଉଠିନି ସେପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି । ଏହା ସହ ଗୃହକୁ ଚଳେଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି କହିଛନ୍ତି ତାରା କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.