ETV Bharat / city

ସୁରଙ୍କ ବିସ୍ଫୋରଣ: ନବୀନଙ୍କ ଇସାରାରେ ହୁଏ PCC ଓ ପ୍ରଭାରୀ ଚୟନ, ଜବାବ ରଖିଲା BJD

author img

By

Published : Apr 23, 2022, 5:25 PM IST

ଓଡିଶା ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତି ସରଗରମ ହୋଇଛି । କିଏ ହେବେ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ଚର୍ଚ୍ଚା ଲାଗି ରହିଛି । 4 ବିଧାୟକ ସମେତ 10ରୁ ଅଧିକ ନେତା ପିସିସି ସଭାପତି ରେସରେ ରହିଛନ୍ତି । ତେବେ ଏହାରି ଭିତରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଦେଇଛନ୍ତି ଏକ ବିସ୍ଫୋରକ ମନ୍ତବ୍ୟ । କଂଗ୍ରେସ ନୁହେଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଇସାରରେ ସ୍ଥିର ହୋଇଥାଏ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ନାଁ । ଅଧିକ ପଢନ୍ତୁ

ସୁରଙ୍କ ବିସ୍ଫୋରଣ: ନବୀନଙ୍କ ଇସାରାରେ ହୁଏ ପିସିସି ଓ ପ୍ରଭାରୀ ଚୟନ, ଜବାବ ରଖିଲା ବିଜେଡି

ଭୁବନେଶ୍ବର: ଓଡିଶା ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ରାଜନୀତି ସରଗରମ ହୋଇଛି । କିଏ ହେବେ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ଚର୍ଚ୍ଚା ଲାଗି ରହିଛି । 4 ବିଧାୟକ ସମେତ 10ରୁ ଅଧିକ ନେତା ପିସିସି ସଭାପତି ରେସରେ ରହିଛନ୍ତି । ତେବେ ଏହାରି ଭିତରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଦେଇଛନ୍ତି ଏକ ବିସ୍ଫୋରକ ମନ୍ତବ୍ୟ । କଂଗ୍ରେସ ନୁହେଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଇସାରରେ ସ୍ଥିର ହୋଇଥାଏ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ନାଁ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବଢିଛି ।

ପୁଣି ଥରେ କଂଗ୍ରେସ-ବିଜେଡି ଲିଙ୍କର ଗୁମର ଖୋଲିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ନବୀନ ନିବାସ ଆଗରେ ଛିଡା ହୋଇ ସୁର ଦେଇଛନ୍ତି ବିସ୍ଫୋରକ ମନ୍ତବ୍ୟ । ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଚୟନକୁ ନେଇ ସୁର ଭିତିରି କଥା କହିଛନ୍ତି । ପିସିସି ସଭାପତି କିଏ ହେବ ଆଉ ପ୍ରଭାରୀ କିଏ ହେବ ସେ ନିଷ୍ପତ୍ତି ବିଜେଡି ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଅନ୍ତି ବୋଲି କହିଛନ୍ତି ସୁର । ଏସବୁ କିଛି ପରିବର୍ତ୍ତନ ନବୀନଙ୍କ ଇଚ୍ଛାରେ ହୁଏ ବୋଲି ସୁର କହି ରାଜ୍ୟ ରାଜନୀତିକୁ ପୁନର୍ବାର ରୋଚକ କରି ଦେଇଛନ୍ତି ।

ଅନ୍ୟପଟେ ସୁରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଯେ, ସୁରଙ୍କ ଅଭିଯୋଗ ଏକ ଆଶ୍ଚର୍ଯ୍ୟଜନକ କଥା । କଂଗ୍ରେସ ଏକ ସର୍ବପୁରାତନ ଜାତୀୟ ରାଜନୈତିକ ଦଳ । ବିଜେଡି ଏକ ଆଞ୍ଚଳିକ ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ବିଜେଡି କଥା ଚିନ୍ତା କରନ୍ତି । ନବୀନଙ୍କ ଇଣ୍ଟରେଷ୍ଟ ହେଉଛି କେବଳ ଓଡିଶା ଓ ବିଜେଡି ।

ଆଉ କିଏ କଣ କଲେ ନବୀନଙ୍କ କିଛି ଯାଏ, ଆସେ ନାହିଁ । ଆମେ କାହା ସହ ଲିଙ୍କରେ ନାହୁଁ ବୋଲି ଦେବାଶିଷ କହି ସୁରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଦେବାଶିଷ ଆହୁରି କହିଛନ୍ତି ଯେ, ଆମର ସିଧାସଳଖ ଲଢେଇ କଂଗ୍ରେସ ସହ ହେଉଛି । ଆମେ କେମିତି କଂଗ୍ରେସ ସହ ଏକାଠି ହୋଇପାରିବୁ ? ଏହା ଠିକ କଥା ନୁହେଁ । ନିର୍ବାଚନ ପରେ ବହୁତ କଥା ବହୁ ଲୋକ କୁହନ୍ତି । ଦଳକୁ ପୁଣି ଥରେ ତୃଣମୂଳ ସ୍ତରରୁ ସଂଗଠିତ କରିବାକୁ କଂଗ୍ରେସ ପ୍ରୟାସ ଆରମ୍ଭ କରିଛି । ଏହା ଅନ୍ତର୍ଗତ ଦଳ ସଂଗଠନରେ ପରିବର୍ତ୍ତନ କରିବ ବୋଲି ଚର୍ଚ୍ଚା ଚାଲିଛି ।

ସୂଚନାଯୋଗ୍ୟଯେ ଖୁବ ଶୀଘ୍ର ରାଜ୍ୟରେ ପିସିସି ସଭାପତି ବଦଳିବ ବୋଲି ସୂଚନା ମିଳୁଛି । ଏଥିପାଇଁ ଦିଲ୍ଲୀରେ ଆଲୋଚନା ହେବା ସହ ନିଷ୍ପତ୍ତି ନିଆସାରିଥିବା ଜଣାପଡିଛି । ଏପ୍ରିଲ ଶେଷ ସୁଦ୍ଧା ନୂତନ ପିସିସି ନାଁ ଘୋଷଣା କରିପାରେ ଦଳ । 4 ବିଧାୟକ ସମେତ 10ରୁ ଅଧିକ ଆଶାୟୀ ରହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.