ETV Bharat / city

କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ସୁର, କହିଲେ କାହାରିକୁ ଖାତିର ନାହିଁ

author img

By

Published : Apr 27, 2022, 1:48 PM IST

କାରଣ ଦର୍ଶାଅ ନୋଟିସକୁ ନେଇ ସୁରଙ୍କ କ୍ଷୋଭ ପ୍ରକାଶ । କହିଲେ ମୋର କାହାରିକୁ ଖାତିର ନାହିଁ । ଡର ନାହିଁ କି ଭୟ ନାହିଁ । ଅଧିକ ପଢ଼ନ୍ତୁ

କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ସୁର, କହିଲେ କାହାରିକୁ ଖାତିର ନାହିଁ
କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଲେ ସୁର, କହିଲେ କାହାରିକୁ ଖାତିର ନାହିଁ

ଭୁବନେଶ୍ବର: କଂଗ୍ରେସର ସଚ୍ଚା ସିପାହୀ କୁହାଯାଉଥିବା ବରିଷ୍ଠ ବିଧାୟକ ସୁରେଶ ରାଉତରାୟଙ୍କ ଉପରେ ଏବେ ପିସିସି ମୁଖିଆଙ୍କ କୋପ ଦୃଷ୍ଟି ପଡ଼ିଛି । କଂଗ୍ରେସର ତୁଣ୍ଡ କୁହାଯାଉଥିବା ସୁର ରାଉତରାୟ ଜଣେ ଆଶାବାଦୀ ବ୍ୟକ୍ତିତ୍ବ । ରାଜ୍ୟ, ଜାତୀୟ ହେଉ କି ଅନ୍ତର୍ଜାତୀୟ, ସମସ୍ତ ପ୍ରସଙ୍ଗ ଉପରେ ନିଜର ମତ ରଖିବାକୁ ପଛାନ୍ତି ନାହିଁ ସୁରେଶ ରାଉତାରାୟ । କିଛି ମତକୁ ନାପସନ୍ଦ କରିଛନ୍ତି ପିସିସି ମୁଖିଆ । ଏଥିପାଇଁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ ବି କରିବାକୁ ପଛାଇଲେନି । ଯାହାକୁ କ୍ଷୋଭ ପ୍ରକାଶ କରିବା ସହ ନୋଟିସର ଉତ୍ତର ରଖିଛନ୍ତି ଏହି ବରିଷ୍ଠ କଂଗ୍ରେସ ବିଧାୟକ ।

ଏହି କାରଣ ଦର୍ଶାଅ ନୋଟିସ୍‌କୁ ନେଇ କଂଗ୍ରେସ ଭବନରେ ପହଞ୍ଚି ତାତିଲେ ସୁର । ଗତକାଲି(ମଙ୍ଗଳବାର) ଭଳି ବିଷ ଓଗାଳିବା ସହ କାରଣ ଦର୍ଶାଅ ନୋଟିସର ଲିଖିତ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ,"ମୋର ନିଜ ଉପରେ ଭରସା ଅଛି ମୁଁ ମୋର ନିଜ କାମ କରେ । ମୁଁ କଂଗ୍ରେସ ପାଇଁ କାମ କରେ । ଶୃଙ୍ଖଳା କମିଟି ମୋ ବିରୋଧରେ ଆକ୍ସନ ନେଉ । ମୁଁ ଲୋକଙ୍କ ସେବା କରୁଥିଲି ଆଗକୁ ବି କରିବି । ମୋର କାହାରିକୁ ଖାତିର ନାହିଁ । ଡର ନାହିଁ କି ଭୟ ନାହିଁ ।"

ଜୟଦେବ, ଶରତ, ତାରା, ସାଲୁଜା ବେଳେ କୋଉଠି ଥିଲା ନୋଟିସ ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା । କାରଣ ଦର୍ଶାଅ ନୋଟିସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ, "ମୁଁ କେବେ ସୁରଙ୍କ ଭଳି ନବୀନଙ୍କୁ ନେଇ ମନ୍ତବ୍ୟ ଦେଇନି। ଜୟଦେବ ଜେନାଙ୍କ କଥା ମୁଁ ଜାଣିନି । ବିଶୃଙ୍ଖଳିତ ଆଚରଣ ପାଇଁ ସୁରେଶ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏ ପ୍ରକ୍ରିୟା ଆରମ୍ଭ ହେଲା । ଯିଏ ବିଶୃଙ୍ଖଳିତ ହେବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ।"

ଆଗରୁ କାହିଁକି କାହାରିକୁ ନୋଟିସ ହେଉନଥିଲା, ଏବେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ପ୍ରଶ୍ନର ଉତ୍ତର ରଖି ନିରଞ୍ଜନ କହିଛନ୍ତି ଯେ, "ହନୁ ମଲାବେଳେ ସତ କହେ" । ଦଳର ସାଂଗଠନିକ ପରିବର୍ତ୍ତନକୁ ନେଇ ୩ ଦିନ ତଳେ ବିଧାୟକ ସୁର କହିଥିଲେ ଯେ, "ପିସିସି କିଏ ହେବ ? ପ୍ରଭାରୀ କିଏ ହେବ ତାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଛା ଅନୁସାରେ ହୁଏ ।" ଯାହାକୁ ନେଇ ଦଳର ଭାବମୂର୍ତ୍ତୀରେ ଆଞ୍ଚ ଆସିଥିବା ନେଇ ତାଙ୍କୁ କାରଣ ଦର୍ଶାଅ ନୋଟି କରାଯାଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.