ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣାକୁ 11 ଦିନ ବିତିଛି । ରାଗିଂ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିପାରିନି ପୋଲିସ । ଏହାର ପ୍ରତିବାଦରେ କଲେଜ ଆଗରେ ପ୍ରତିବାଦ କରୁଥିବା ତାଙ୍କ ମାଆଙ୍କୁ ସୋମବାର ଜୋରଜବରଦସ୍ତ ଉଠାଇ ନେଇଛି ପୋଲିସ । ଏହାର ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।
ସୁର କହିଛନ୍ତି ଯେ, "ନବୀନ ବାବୁଙ୍କ ସମୟରେ ନାରୀଙ୍କ ପ୍ରତି ଅତ୍ୟାଚାର ବଢୁଛି । ପ୍ରତ୍ୟେକ ଦିନ ନାରୀ ଆତ୍ମହତ୍ୟା କରୁଛନ୍ତି । ରାଜ୍ୟରେ ନାରୀ ଆତ୍ମହତ୍ୟା ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣାର ପର୍ଦାଫାସ କରିପାରୁନି ପୋଲିସ । ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଧରିପାରୁନି । ମାଆ 11 ଦିନ ହେଲା କଲେଜ ଆଗରେ ଅନଶନରେ ବସିଥିଲେ । ଜଣେ ଭଦ୍ର ମହିଳାଙ୍କୁ ପୋଲିସ ଜବରଦସ୍ତ ଉଠାଇଆଣିଛି । ଏହା ନାରୀ ପ୍ରତି ସମ୍ମାନ ନୁହେଁ । ପୋଲିସ ଏପରି ବଳ ଦେଖାଇ ଟେକିନେବା ଘୋର ଅନ୍ୟାୟ କଥା।"
ଇଟିଭି ଭାରତ, ଭୁବନେଶ୍ବର