ETV Bharat / city

ସୌଜନ୍ୟତା ଦୃଷ୍ଟିରୁ ଠିକ ହୋଇନାହିଁ: ସୁର

ରାଜଧାନୀ କୋଚ ସହ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ ଗୁରୁବାର କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ କି ବିଧାୟକ ହୋଇନ ଥିଲେ ସାମିଲ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ । ଅଧିକ ପଢନ୍ତୁ

ସୌଜନ୍ୟତା ଦୃଷ୍ଟିରୁ ଠିକ ହୋଇନାହିଁ:ସୁର
ସୌଜନ୍ୟତା ଦୃଷ୍ଟିରୁ ଠିକ ହୋଇନାହିଁ:ସୁର
author img

By

Published : Jan 7, 2022, 7:40 PM IST

ଭୁବନେଶ୍ବର : ରାଜଧାନୀ କୋଚ ସହ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ ଗୁରୁବାର କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଏ ଅବସରରେ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଆୟୋଜତ ହୋଇଥିଲା । ହେଲେ ଏ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ,ଭୁବନେଶ୍ୱରର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା, ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା,ସୁଶାନ୍ତ ସିଂ ସଭାରେ ଉପସ୍ଥିତ ରହି ନଥିଲେ ।

ସୌଜନ୍ୟତା ଦୃଷ୍ଟିରୁ ଠିକ ହୋଇନାହିଁ:ସୁର

ମନ୍ତ୍ରୀ ଓ ବିଧାୟକଙ୍କ ଅନୁପସ୍ଥିତି ରହିବା ବିଜେଡିର ଅସନ୍ତୋଷକୁ ପଦାରେ ପକାଇଛି । ଏନେଇ ଜଟଣୀ ବିଧାୟକ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ଏହା ଆଦୌ ଠିକ ହୋଇନାହିଁ। ସୌଜନ୍ୟତା ଦୃଷ୍ଟିରୁ ସରକାରୀ କାର୍ଯ୍ୟକ୍ରମ ଥିଲା। ରାଜ୍ୟ ସରକାର ନିଜର ପ୍ରତିନିଧି ପଠାଇ ପରିଥାନ୍ତେ ।

ହେଲେ କେହି ନଯିବା ଅଶୋଭନୀୟ ଆଚରଣ। ତେବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।ସେ ଭୁବନେଶ୍ୱର ରେଳ ଷ୍ଟେସନ କୁ ବିଶ୍ୱସ୍ତରୀୟ କରିବା ଦିଗରେ ଖୁବଶୀଘ୍ର କାର୍ଯ୍ୟ କରିବେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.