ETV Bharat / city

କଳିଙ୍ଗ ଷ୍ଟାଡିୟମକୁ ମିଳିଲାନି ପ୍ରବେଶ ଅନୁମତି, ଘଟଣାକୁ ଗ୍ରହଣ କରି ପାରୁନାହାନ୍ତି ସୁର - ମ୍ୟାଚ ଦେଖିବାକୁ ସୁର ରାଉତରାୟଙ୍କୁ ମିଳିଲାନି ଅନୁମତି

କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ ମ୍ୟାଚ ଦେଖିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ମିଳିନଥିଲା ଅନୁମତି । ଏନେଇ ସୁରଙ୍କ କ୍ଷୋଭ ପରେ ମାନ ଭଞ୍ଜନ ପାଇଁ ଶାସକ ବିଜେଡି ଓ ବିଜେପିର ଅନେକ ନେତା ତାଙ୍କୁ ବୁଝାଇବା ପାଇଁ ତାଙ୍କ ଦ୍ବାରସ୍ତ ହୋଇଛନ୍ତି । ତେବେ ନବୀନ ବାବୁ ନିମନ୍ତ୍ରଣ କରି ଏଭଳି ବ୍ୟବହାର କରିବା ଠିକ ନୁହେଁ ବୋଲି ସୁର କହିଛନ୍ତି । ଅଧିକ ପଢ଼ନ୍ତୁ

କଳିଙ୍ଗ ଷ୍ଟାଡିୟମକୁ ମିଳିଲାନି ପ୍ରବେଶ ଅନୁମତି, ଘଟଣାକୁ ଗ୍ରହଣ କରି ପାରୁନାହାନ୍ତି ସୁର

author img

By

Published : Oct 12, 2022, 11:00 PM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ ମ୍ୟାଚ ଦେଖିବାକୁ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ମିଳିନଥିଲା ଅନୁମତି । ସରକାରଙ୍କ ତରଫରୁ ମିଳିଥିବା ପାସ ଦେଖାଇବା ସତ୍ତ୍ବେ ତାଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ଅନୁମତି ମିଳି ନଥିଲା । ଏନେଇ ସୁର କ୍ଷୋଭ ପ୍ରକାଶ କରିଥିବା ବେଳେ ଶାସକ ବିଜେଡି ଓ ବିଜେପିର ଅନେକ ନେତା ତାଙ୍କୁ ବୁଝାଇବା ପାଇଁ ତାଙ୍କ ଦ୍ବାରସ୍ତ ହୋଇଛନ୍ତି ।

କଳିଙ୍ଗ ଷ୍ଟାଡିୟମକୁ ମିଳିଲାନି ପ୍ରବେଶ ଅନୁମତି, ଘଟଣାକୁ ଗ୍ରହଣ କରି ପାରୁନାହାନ୍ତି ସୁର

କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ ଆରମ୍ଭ ହୋଇଛି । ତେବେ ମ୍ୟାଚ ଦେଖିବାକୁ ଯାଇଥିବା ବେଳେ ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳି ନଥିଲା । ଭୁବନେଶ୍ବର ଆଥଲେଟିକ ଆସୋସିଏସନର ସଭାପତି ଭାବରେ ସୁର ରାଉତରାୟଙ୍କୁ ପାସ ମିଳିଥିଲା । ରାଜ୍ୟ ସରକାର ଓ କ୍ରୀଡା ସଚିବଙ୍କ ଦ୍ବାରା ତାଙ୍କୁ ପାସ ମିଳିଥିବା କହିଛନ୍ତି ସୁର । ମାତ୍ର ପାସକୁ ଅବୈଧ ଦର୍ଶାଇବା ସହ ତାଙ୍କୁ ଗେଟ ବାହାରକୁ ପଠାଇ ଦିଆଯାଇଥିଲା । ବାହାରକୁ ଆସି ସୁର ରାଉତରାୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ ।

ତେବେ ସୁରଙ୍କ ମାନଭଞ୍ଜନ ପାଇଁ ଶାସକ ବିଜେଡି ଓ ବିଜେପିରୁ ଅନେକ ନେତା ତାଙ୍କୁ ଭେଟିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, "ମୋତେ ବୁଝାଇବା ପାଇଁ ବିଜେଡି ଓ ବିଜେପିର ଅନେକ ନେତା ମୋ ଦ୍ବାରସ୍ତ ହୋଇଛନ୍ତି । ହେଲେ ମୁଁ ଏହି ଘଟଣାକୁ ସହଜରେ ଗ୍ରହଣ କରି ପାରୁ ନାହିଁ । କଂଗ୍ରେସ ସରକାର ସମୟରେ କଳିଙ୍ଗ ଷ୍ଟାଡିୟମ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ହେଲେ ଆଜି ଆମେ ଅଲୋଡ଼ା । ନବୀନ ବାବୁ ନିମନ୍ତ୍ରଣ କରି ଏଭଳି ବ୍ୟବହାର କରିବା ଠିକ ନୁହେଁ ।" ତେବେ ଏହା ଅତ୍ୟନ୍ତ ଦୁଖଦାୟକ ବୋଲି ସୁର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.