ETV Bharat / city

ପାଇକ ସ୍ମୃତି ସ୍ମାରକୀ: ୧୦ଏକର ଜମିଦେଲେ ରାଜ୍ୟ ସରକାର, ଧନ୍ୟବାଦ ଜଣାଇଲେ ସୁର ରାଉତରାୟ

author img

By

Published : May 2, 2022, 5:14 PM IST

Updated : May 2, 2022, 7:31 PM IST

ପାଇକ ସ୍ମୃତି ସ୍ମାରକୀ ପାଇଁ ଜମି ଯୋଗାଇ ଦେଲେ ରାଜ୍ୟ ସରକାର । ସେଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଧନ୍ୟବାଦ ଦେଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଅଧିକ ପଢନ୍ତୁ

ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଦେଲେ କଂଗ୍ରେସ ବିଧାୟକ

ଭୁବନେଶ୍ବର: ପାଇକ ସ୍ମୃତି ସ୍ମାରକୀ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଲେ । ସେଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଧନ୍ୟବାଦ ଦେଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବରୁଣେଇ ପାଦ ଦେଶରେ ପାଇକ ସ୍ମୃତି ସ୍ମାରକୀ ପାଇଁ ମିଳିଲା ଜମି ।

ପାଇକ ସ୍ମୃତି ସ୍ମାରକୀ: ୧୦ଏକର ଜମିଦେଲେ ରାଜ୍ୟ ସରକାର, ଧନ୍ୟବାଦ ଜଣାଇଲେ ସୁର ରାଉତରାୟ

ଆଜି ସକାଳେ ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଭେଟି ଆଲୋଚନା କରିବା ପରେ ଏଭଳି ସୂଚନା ଦେଇଛନ୍ତି ବିଧାୟକ ସୁରେଶ ରାଉତରାୟ । ୧୦ ଏକର ଜମି ମାଗଣାରେ ଯୋଗାଇଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସେଥିପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । ଏହି ସ୍ମୃତି ସ୍ମାରକୀ ପାଇଁ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା ।

ସୂଚନାଯୋଗ୍ୟ ଯେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତୀ ଅବସରରେ କେନ୍ଦ୍ର ସରକାର ଖୋର୍ଦ୍ଧାର ବରୁଣେଇ ପାହାଡ ପାଇକ ସ୍ମୃତି ନିର୍ମାଣ ପାଇଁ ଘୋଷଣା କରିଥିଲେ । ଏହାସହ ଡିସେମ୍ବର 2019ରେ ରାଷ୍ଟ୍ରପତି ଖୋର୍ଦ୍ଧା ଆସି ଏଥିପାଇଁ ଭୂମି ପୂଜନ ମଧ୍ୟ କରିଥିଲେ । ମାତ୍ର ଆଜି ଯାଏଁ ପାଇକ ସ୍ମୃତି ସ୍ମାରକୀ ପାଇଁ ଜମି ମିଳିନଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : May 2, 2022, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.