ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ବିଭିନ୍ନ ବିଭାଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳରେ ଚାଷୀଙ୍କ ଆୟ ଓ ଭାଗଚାଷୀ ଆଇନକୁ ନେଇ ନରସିଂହ-ରଣେନ୍ଦ୍ର ଗୃହରେ ମୁହାଁମୁହିଁ ହୋଇଛନ୍ତି । ଧାନ ସଂଗ୍ରହରେ ରାୟଗଡ଼ା ଚାଷୀଙ୍କ ସଂଖ୍ୟା ୨୧.୩ ପ୍ରତିଶତ ବଢିଛି । ଯାହାକି ୧୮-୧୯, ୨୦-୨୧ ବର୍ଷ ଅପେକ୍ଷା ୯୨ ପ୍ରତିଶତ ଅଧିକ ବୋଲି କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ । ମନ୍ତ୍ରୀ ସିଧାସଳଖ ଉତ୍ତର ନରଖିବାରୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ରାଜ୍ୟରେ ଭାଗଚାଷୀ ଆଇନ ନଥିବା ବେଳେ କିପରି ଚାଷୀଙ୍କୁ ଦିଆଗଲା ସହାୟତା? ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଭାଗଚାଷୀ ଆଇନ ନଥିବା ସତ୍ତ୍ବେ କିପରି ରାୟଗଡ଼ାର ଚାଷୀଙ୍କୁ ସହାୟତା ଦିଆଗଲା ଏବଂ ସେହି ଜିଲ୍ଲାର ଚାଷୀଙ୍କ ଆୟ କେତେ ବୋଲି ପ୍ରଶ୍ନ କରିଥିଲେ ବିଧାୟକ ନରସିଂହ ମିଶ୍ର । ମନ୍ତ୍ରୀ ଗୃହରେ ରଖିବାକୁ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ରାଜ୍ୟରେ ଚାଷୀଙ୍କ ଆୟ 5 ହଜାର 112 ଟଙ୍କା ଥିବା ବେଳେ ରାୟଗଡା ଜିଲ୍ଲାର ଚାଷୀ ଆୟ କେତେ ବୋଲି ପ୍ରଶ୍ନ କରି ମନ୍ତ୍ରୀଙ୍କ ଠୁ ସ୍ପଷ୍ଟ ଉତ୍ତର ଲୋଡି ଥିଲେ ନରସିଂହ । ମନ୍ତ୍ରୀ ସିଧାସଳଖ ଉତ୍ତର ନ ରଖି ଧାନ ସଂଗ୍ରହରେ ରାୟଗଡ଼ାରେ ଚାଷୀଙ୍କ ସଂଖ୍ୟା 21.3 ପ୍ରତିଶତ ବଢିଛି । ଯାହାକି 18-19,20-21 ବର୍ଷ ତୁଳନାରେ 92 ପ୍ରତିଶତ ବଢିଛି । ମନ୍ତ୍ରୀ ସ୍ପଷ୍ଟ ଉତ୍ତର ନ ଦେଇଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ନରସିଂହ । ଗୃହରେ କିଛି ସମୟ ପାଇଁ ନରସିଂହ ମିଶ୍ର ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର