ETV Bharat / city

'2024ରେ ସରକାର ଗଢ଼ିବ କଂଗ୍ରେସ'

author img

By

Published : Feb 19, 2021, 7:40 AM IST

ଭୁବନେଶ୍ୱରରେ କଂଗ୍ରେସ ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ...

'2024 ରେ ସରକାର ଗଢ଼ିବ କଂଗ୍ରେସ'
'2024 ରେ ସରକାର ଗଢ଼ିବ କଂଗ୍ରେସ'

ଭୁବନେଶ୍ୱର: କଂଗ୍ରେସ ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । କଂଗ୍ରେସ ଭବନରେ ବସିଥିବା ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସମେତ ଦଳର ବିଧାୟକମାନେ ବୈଠକରେ ଉପସ୍ଥିତ ଥିଲେ ।

'2024ରେ ସରକାର ଗଢ଼ିବ କଂଗ୍ରେସ'

ତୈଳ ତଥା ଗ୍ୟାସ ଦରବୃଦ୍ଧି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କଲା ରାଜ୍ୟ କଂଗ୍ରେସ । ତୈଳଦର ୧୦୦ ଓ ଗ୍ୟାସ ଦର ୮୦୦ ଟପିଲାଣି । ଘରୋଇ ସଂସ୍ଥାକୁ ଲାଭବାନ କରିବାକୁ ବିଜେପି ଯୋଜନା କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଏଥର ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବ ଦଳ । ଓଡିଶାରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି । ଅପରାଧ ନିୟନ୍ତ୍ରଣ କରିବାରେ ଫେଲ ମାରିଛନ୍ତି ଓଡିଶା ସରକାର । ଏ ପ୍ରସଙ୍ଗରେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ କଂଗ୍ରେସ । ଏଥିସହ ଚାଷୀ ସମସ୍ୟା, ବେକାରୀ ସମସ୍ୟାକୁ ନେଇ ସରକାରଙ୍କୁ ଘେରିବ ଦଳ । ଅନ୍ୟପଟେ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଉଠୁ ଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ଚେଲ୍ଲା କୁମାର । ଦଳର ସମସ୍ୟା ନେଇ ନେତା କର୍ମୀ ଅଭିଯୋଗ କରିପାରିବେ, ସେ ଅଧିକାର ତାଙ୍କର ଅଛି । କିନ୍ତୁ ଏବେ ପିସିସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଗକୁ ମିଶିକି ଅନେକ କାମ କରିବାର ଅଛି । ଖୁବଶୀଘ୍ର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯିବ । ୨୦୨୪ରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି ଚେଲ୍ଲା କୁମାର । ତେବେ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଥିବା ନେଇ ପଚାରିବାରୁ ପ୍ରସଙ୍ଗକୁ ଏଡାଇଯାଇଥିବା ଦେଖିବାକୁ ମିଳିଛି ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.