ETV Bharat / city

କଂଗ୍ରେସ ବିଧାୟକ ଦଳ ବୈଠକ, ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ଦଳ

author img

By

Published : Feb 17, 2021, 10:32 PM IST

Updated : Feb 18, 2021, 8:39 AM IST

ଆସନ୍ତାକାଲି ଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ଅଧିକ ପଢନ୍ତୁ...

କଂଗ୍ରେସ ବିଧାୟକ ଦଳ ବୈଠକ, ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ଦଳ
କଂଗ୍ରେସ ବିଧାୟକ ଦଳ ବୈଠକ, ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ଦଳ

ଭୁବନେଶ୍ବର: ଆସନ୍ତାକାଲି ଠୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ରଖିବେ ଅଭିଭାଷଣ । ତେବେ ଏହା ଭିତରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି ବିରୋଧୀ ।

ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ଏନେଇ ବୁଧବାର ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । କଂଗ୍ରେସର ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ସରକାରୀ ବାସଭବନରେ ବସିଥିଲା ଏହି ବୈଠକ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତା ଓ ଜନସାଧାରଣଙ୍କ ସମସ୍ୟା ବାବଦରେ ବୈଠକରେ ଆଲୋଚନା ହୋଇଥିଲା । ଚାଷୀଙ୍କ ସମସ୍ୟା ସମେତ କୋଟିଆରେ ଆନ୍ଧ୍ର ସରକାରଙ୍କ ଜବରଦଖଲ ରାଜନୀତିକୁ ବିଧାନସଭାରେ କଂଗ୍ରେସ ଉଠାଇବ । ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ବିଧାନସଭା ହୁଲୁସ୍ତୁଲୁ କରିବାକୁ ଯୋଜନା ପ୍ରସ୍ତୁତ କରିଛି କଂଗ୍ରେସ ।

ଗୁରୁବାର ରାଜ୍ୟ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର ଓଡିଶା ଆସିବେ । ଚେଲ୍ଲା କୁମାରଙ୍କ ଉପସ୍ଥିତରେ ସନ୍ଧ୍ୟା 6 ଟା ରେ କଂଗ୍ରେସ ଭବନରେ ବସିବ ବିଧାୟକ ଦଳ ବୈଠକ । କେଉଁ କେଉଁ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ସେନେଇ ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ

Last Updated : Feb 18, 2021, 8:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.