ETV Bharat / city

ଭୋଟ ଦେଲେ କଂଗ୍ରେସ ମେୟର ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟ

author img

By

Published : Mar 24, 2022, 11:04 AM IST

Updated : Mar 24, 2022, 11:36 AM IST

ଭୋଟ ଦେଲେ ଭୋଟ ଦେଲେ କଂଗ୍ରେସ ମେୟର ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟ । ସହରବାସୀଙ୍କୁ ସେମାନଙ୍କ ବହୁମୂଲ୍ୟ ଭୋଟ ଦେବାକୁ କଲେ ଆହ୍ବାନ । ଅଧିକ ପଢନ୍ତୁ

ଭୋଟ ଦେଲେ କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ଏଥର ପୌରାଧ୍ୟକ୍ଷ ଏବଂ ମେୟରଙ୍କୁ ସିଧାସଳଖ ବାଛୁଛନ୍ତି ସହରବାସୀ । ସକାଳ ୮ଟାରୁ ମତଦାନ ଚାଲିଥିବା ବେଳେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେଉଛନ୍ତି ଅନେକ ନେତାମନ୍ତ୍ରୀ । ଏହି କ୍ରମରେ କଂଗ୍ରେସ ମେୟର ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟ ମଧ୍ୟ ଭୋଟ ଦେଇଛନ୍ତି । ମଧୁସ୍ମିତା ନିଜ ସହଯୋଗୀଙ୍କ ସହ ଆଇଆରସି ଭିଲେଜ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ୨୫୩ ନମ୍ବର ବୁଥରେ ମତଦାନ କରିଛନ୍ତି ।

ଭୋଟ ଦେଲେ କଂଗ୍ରେସ ମେୟର ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟ

ଭୋଟ ଦେବା ପରେ ମଧୁସ୍ମିତା ଆଚାର୍ଯ୍ୟ ଜନସାଧାରଣଙ୍କୁ ନିଜର ବହୁମୂଲ୍ୟ ଭୋଟ ଦେବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି, ଭୋଟର ମୂଲ୍ୟ ବହୁତ ଅଧିକ । ସମାଜ ପରିବର୍ତ୍ତନ ଚାହୁଁଛି । ପରିବର୍ତ୍ତନ ଲାଗି ମତଦାନ କରିବା ନିହାତି ଆବଶ୍ୟକ । ଭୋଟ ବିନା ପରିବର୍ତ୍ତନ ଅସମ୍ଭବ । ଭୋଟ କମ୍ ହେଲେ ପରିବର୍ତ୍ତନର ଆଶା ମଉଳି ଯିବ । ତେଣୁ ନିଜେ ନିଜର ଅଧିକାର ସାବ୍ୟସ୍ତ କରନ୍ତୁ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Mar 24, 2022, 11:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.