ETV Bharat / city

ପାଠ ପଢିବେ କଂଗ୍ରେସ ନେତା, ଦଳ ପକ୍ଷରୁ ଆରମ୍ଭ ହେବ ସ୍ବତନ୍ତ୍ର ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆରମ୍ଭ ହେବ ଏକ ସ୍ବତନ୍ତ୍ର କାର୍ଯ୍ଯକ୍ରମ । ଆଉ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦଳର ନେତା ଓ କର୍ମୀମାନଙ୍କୁ ନେଇ ହେବ ଓରିଏଣ୍ଟେସନ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ପାଠ ପଢିବେ କଂଗ୍ରେସ ନେତା, ଦଳ ପକ୍ଷରୁ ଆରମ୍ଭ ହେବ ସ୍ବତନ୍ତ୍ର ଓରିଏନଟେସନ କାର୍ଯ୍ୟକ୍ରମ

author img

By

Published : Aug 29, 2021, 5:34 PM IST

ଭୁବନେଶ୍ବର: କଂଗ୍ରେସ ନେତାଏଁ ପଢିବେ ପାଠ । ଏନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ଆସନ୍ତା ୩୧ ଓ ୧ ତାରିଖରେ ଦଳର ନେତା ଓ କର୍ମୀ ମାନଙ୍କୁ ନେଇ କଂଗ୍ରେସ ଭବନଠାରେ ଦୁଇଦିନିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଉ ଏହି କାର୍ଯ୍ୟକ୍ରମକୁ ନିଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଏ. ଚେଲା କୁମାର ଉଦ୍‌ଘାଟନ କରିବା ନେଇ ଏକ ପ୍ରେସ୍ ବିବୃତିରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ତଥା ରାଜ୍ୟ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଛନ୍ତି ।

ସେପଟେ ପ୍ରଦେଶ କଂଗ୍ରେସର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏଆଇସିସି ସମ୍ପାଦକ ଜି. ରୁଦ୍ର ରାଜୁ ଓ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଦ୍‌ବୋଧନ ଦେବା ନେଇ କାର୍ଯ୍ୟକ୍ରମ ରହିଛି । ସୂଚନାନୁସାରେ ଅଗଷ୍ଟ ୩୧ର କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଳା କଂଗ୍ରେସ ସଭାପତି, ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ସେବାଦଳ ଓ ମହିଳା କଂଗ୍ରେସର ମୁଖ୍ୟ ମାନଙ୍କ ସହ ପ୍ରଦେଶ କଂଗ୍ରେସର ସମସ୍ତ ପ୍ରକୋଷ୍ଠର ଅଧ୍ୟକ୍ଷମାନେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି ବୋଲି କହିଛନ୍ତି ଜ୍ଞାନେନ୍ଦ୍ର ।

ତେବେ ସେପ୍ଟେମ୍ବର ୧ରେ ୨୦୧୯ ନିର୍ବାଚନ ସମୟରେ କଂଗ୍ରେସ ଦଳ ପକ୍ଷରୁ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ହୋଇଥିବା ନେତୃବୃନ୍ଦଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ୫ଗୋଟି ସଂପାନରେ ପ୍ରଫେସର ଦାସ ବେନୁହୁର, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଗଣେଶ୍ବର ବେହେରା, ପୂର୍ବତନ ବିଧାୟକ ଯଜ୍ଞେଶ୍ବର ଓ ବୁଦ୍ଧିଜୀବୀ ସୁଦର୍ଶନ ଦାସ ବକ୍ତବ୍ୟ ରଖିବେ ।

ଆଉ ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ବାଳ ଓ ପ୍ରଦୀପ ମାଝୀ ପରିଚାଳନା କରିବା ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.