ETV Bharat / city

ରାଜଧାନୀରେ ଡେଙ୍ଗୁ ସ୍ଥିତି ନେଇ BMC ଉପରେ ବର୍ଷିଲେ ସୁର

author img

By

Published : Jul 25, 2021, 10:35 PM IST

ଭୁବନେଶ୍ୱରରେ ଦିନକୁ ଦିନ ମାଡି ଚାଲିଛି ଡେଙ୍ଗୁ । ଏ ଦିଗରେ BMCର କାର୍ଯ୍ୟକାରିତା ନେଇ ପ୍ରଶ୍ନ କଲେ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ...

ରାଜଧାନୀରେ ଡେଙ୍ଗୁ ସ୍ଥିତି ନେଇ BMC ଉପରେ ବର୍ଷିଲେ ସୁର
ରାଜଧାନୀରେ ଡେଙ୍ଗୁ ସ୍ଥିତି ନେଇ BMC ଉପରେ ବର୍ଷିଲେ ସୁର

ଭୁବନେଶ୍ବର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ । ଦିନକୁ ଦିନ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଭୁବନେଶ୍ବରର ଅପରିଷ୍କାର ପରିବେଶ ଯୋଗୁଁ ଏହିପରି ଭାବେ ରୋଗ ବ୍ୟାପୁଛି । ଏନେଇ BMC ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ ।

ରାଜଧାନୀର ନାଳ ନର୍ଦ୍ଦମା ସଫା ହେଉନାହିଁ । ମଶା ଧୂଆଁ ଗାଡ଼ି ବୁଲୁ ନାହିଁ । ଗଙ୍ଗୁଆ ନାଳରେ କୁଢ କୁଢ ଆବର୍ଜନା ଜମା ରହିଛି । ଗଙ୍ଗୁଆର ପଚା ପାଣିର ଗନ୍ଧ ସ୍ଥାନୀୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି । ଏହିଭଳି ଅପରିଷ୍କାର ସ୍ଥିତି ନେଇ ଭୁବନେଶ୍ବରରେ ରୋଗ ମାଡୁଛି । ଏପରିସ୍ଥଳେ ସ୍ମାର୍ଟସିଟି ଓ ଭୁବନେଶ୍ୱର ମହାନଗର ନିଗମ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କୋଟି କୋଟି ଟଙ୍କା ସରକାର ଏଥିପାଇଁ ଖର୍ଚ୍ଚ କରୁଛନ୍ତି ହେଲେ ସ୍ମାର୍ଟସିଟି ଭୁବନେଶ୍ୱର ଏପରି କାହିଁକି ଅବ୍ୟବସ୍ଥିତ ହୋଇ ପଡିଛି ବୋଲି ସେ ପଚାରିଛନ୍ତି ।

ଏପରିକି ବର୍ଷା ଦିନ ଆସିଲେ ଭୁବନେଶ୍ୱରର ଚାରିଆଡ଼େ ଜଳବନ୍ଦୀ ସମସ୍ୟା ଉପୁଜୁଛି । ବର୍ଷା ଜଳ ନିୟନ୍ତ୍ରଣ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ । କେଉଁଠି କାର ବୁଡିଗଲାଣି ତ ଆଉ କେଉଁଠି ଘରେ ପାଣି ପଶିଲାଣି । ହେଲେ ବିଏମସି ଓ ସ୍ମାର୍ଟସିଟି କେବଳ ଜୋରିମାନା ଓ ମନଇଚ୍ଛା ଟିକସ ଆଦାୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସୁର ରାଉତରାୟ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.