ETV Bharat / city

ଭୁବନେଶ୍ବର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ ମାନ୍ୟତା ଦାବି - କଂଗ୍ରେସ ବିଧାୟକ

ଭୁବନେଶ୍ବର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ ମାନ୍ୟତା ଦେବା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଭୁବନେଶ୍ବର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ ମାନ୍ୟତା ପାଇଁ ଦାବି

author img

By

Published : Jul 10, 2021, 7:15 PM IST

ଭୁବନେଶ୍ବର: କଂଗ୍ରେସ ବିଧାୟକ ସୁର ରାଉତରାୟ 3 ନବନିର୍ମିତ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଏକାଧିକ ଦାବି ରଖିଛନ୍ତି । ତେବେ ଭୁବନେଶ୍ବର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନର ମାନ୍ୟତା ଦେବା ସହିତ ପ୍ରଭୁ ଲିଙ୍ଗରାଜଙ୍କ ନାମରେ ଏକ ଟ୍ରେନ ଚଳାଚଳ କରିବା ପାଇଁ ସେ ଦାବି କରିଛନ୍ତି ।

ଭୁବନେଶ୍ବର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ ମାନ୍ୟତା ପାଇଁ ଦାବି

ଲିଙ୍ଗରାଜଙ୍କ ନାମ ରେ ନୂତନ ଟ୍ରେନ ନାମିତ କରାଯାଇ ଭୁବନେଶ୍ବରରୁ ଦିଲ୍ଲୀ, ବମ୍ବେ ଓ ଚେନ୍ନାଇକୁ ଚଳାଯାଉ ବୋଲି ସେ ଦାବି କରିଛନ୍ତି। ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ କାର୍ଯ୍ୟକୁ ତୁରନ୍ତ ତ୍ବାରାନ୍ବିତ କରାଯାଉ । ବ୍ରିଟିଶ ଅମଳରୁ ନିର୍ମାଣ ହୋଇଥିବା ଜଟଣୀ ଜଙ୍ଗସନକୁ ଅଧିକ ରକ୍ଷାଣବେକ୍ଷଣ କରାଯାଉ ବୋଲି ନୂଆ ରେଳ ମନ୍ତ୍ରୀଙ୍କ ନିକଟରେ ସୁର ଦାବି କରିଛନ୍ତି । ସେହିପରି ଧର୍ମେନ୍ଦ୍ର ପ୍ରଧାନ ନୂଆ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି, ଓଡ଼ିଶାର ପ୍ରାଣକେନ୍ଦ୍ର କୁହାଯାଉଥିବା ରାଜଧାନୀର ସର୍ବପୁରାତନ ଶିକ୍ଷାନୁଷ୍ଠାନ ବାଣୀବିହାରକୁ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ମଧ୍ୟ ସେ ଦାବି କରିଛନ୍ତି ।

ଏହାସହିତ ଆଦିବାସୀଙ୍କୁ ମାନ୍ୟତା ମିଳୁ, ସଅରକୁ କାଟି ଶବର କରାଗଲେ ବହୁ ଆଦିବାସୀ ଉପକୃତ ହେବେ ବୋଲି ସେ କହିଛନ୍ତି । ଆଦିବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଋଣ ଉପରେ ଆଦିବାସୀ ମନ୍ତ୍ରୀ ବିଶେଶ୍ବର ଟୁଡୁ ପଦକ୍ଷେପ ନେବେ ବୋଲି ସେ ଆଶା କରିଛନ୍ତି ।

ଭୁବନେଶ୍ବରରୁ ସୁରେଶ ରାଉତରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.