ଭୁବନେଶ୍ବର: ଦୁଷ୍ମନ୍ତଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଏହା ଏକ ଦୁର୍ଭାଗ୍ୟଜନକ କଥା । ରାଜ୍ୟ ସରକାର ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଚାପିବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ସୁର ।
ରାଜ୍ୟ ସରକାର ନାଗରିକଙ୍କ ପ୍ରତି ଉତ୍ତର ଦାୟିତ୍ଵ ରହିବା କଥା । ରାଜ୍ୟରେ ଅନେକ ଯୋଜନା ଘୋଷଣା ମୁହଁରେ ରହୁଛି , ଲୋକଙ୍କ ପାଖରେ ପହଞ୍ଚୁନାହିଁ । ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ମଧ୍ୟ ସରକାର କାର୍ଯ୍ୟ କରୁନାହାନ୍ତି । ସରକାର ଚେତୁ ନାହାନ୍ତି । ରାଜ୍ୟ ସରକାର କର୍ତ୍ତବ୍ୟ ଓ ଦାୟିତ୍ଵର ଦୂରରେ ରହୁଛନ୍ତି । ଏହାସହ ସରକାର ନିଜର ଦୋଷ ଦୁର୍ବଳତାକୁ ଲୁଚେଇବା ପାଇଁ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ଚାପିବା ଲାଗି ସରକାର ଉଦ୍ୟମ କରୁଛନ୍ତି । ଏଭଳି ଆଉ ନହେବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ।
ଏହା ବି ପଢନ୍ତୁ: ଶୁଣିଲେନି ସରକାର, ଜୀବନ ହାରିଲେ ଦୁଷ୍ମନ୍ତ
ଏ ସମ୍ପର୍କରେ ସୁର କହିଛନ୍ତି ଯେ ଏହା ଘୋର ଅନ୍ୟାୟ ହୋଇଛି । ରାଜ୍ୟ ସରକାର ଖୁବଶୀଘ୍ର ଦୁଷ୍ମନ୍ତଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ରାଶି ଦିଅନ୍ତୁ । ରାଜ୍ୟ ସରକାର ଓ ପ୍ରଶାସନ ଏଥିଲାଗି ଦାୟୀ । ଦୁଷ୍ମନ୍ତ ପ୍ରଶାସନ ନିକଟକୁ ତା'ର ଦୁଃଖ ଜଣାଇବାକୁ ଆସିଥିବା ବେଳେ ତାକୁ କଷ୍ଟ ଦିଆଯାଇଛି । ସେ ସମ୍ଭାଳି ନ ପାରି ଏପରି କରିଛି ବୋଲି ସୁର କହିଛନ୍ତି । ଏଣୁ କ୍ଷତିପୂରଣ ପାଇଁ ସରକାର ଦୁଷ୍ମନ୍ତଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ରାଶି ଦିଅନ୍ତୁ ବୋଲି ସେ କହିଛନ୍ତି ।
ତେବେ ସୂଚନା ଥାଉ କି ଗତକାଲି(ବୁଧବାର) ମୃତ ଦୁଷ୍ମନ୍ତ ଚିକିତ୍ସା ଅବହେଳାକୁ ନେଇ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସନ୍ଧ୍ୟାରେ SCBରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ