ETV Bharat / city

ସତ୍ୟଙ୍କ ସଙ୍ଗୀନ ଅଭିଯୋଗ, ପୂର୍ବରୁ କେମେଷ୍ଟ୍ରୀ ପେପର ଲିକରେ ଥିଲା ସନସାଇନର ହାତ

author img

By

Published : Oct 23, 2021, 1:59 PM IST

Updated : Oct 23, 2021, 4:50 PM IST

ମମିତା ମର୍ଡର ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ ଆଣିଲେ ସଙ୍ଗୀନ ଅଭିଯୋଗ । ପୂର୍ବରୁ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାରେ କଲେଜର ହାତ ଥିବା ସେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

'ପୂର୍ବରୁ କେମିଷ୍ଟ୍ରୀ ପେପର୍ ଲିକରେ ଥିଲା ସନସାଇନର ହାତ'

ଭୁବନେଶ୍ବର: ମମିତା ମର୍ଡର କେସରେ ମହାଅଭିଯୋଗ ଆଣିଲେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ସାମ୍ବାଦିକ ସମ୍ମିଳନୀରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିବା ସହ 2013 ରେ କେମେଷ୍ଟ୍ରି ପେପର ଲିକ୍ ମାମଲାରେ ମହାଲିଙ୍ଗ ସନସାଇନ କଲେଜର ଲିଙ୍କ୍ ଥିବା ଅଭିଯୋଗ ଆଣିଛନ୍ତି ।

ସତ୍ୟଙ୍କ ସଙ୍ଗୀନ ଅଭିଯୋଗ, ପୂର୍ବରୁ କେମିଷ୍ଟ୍ରୀ ପେପର ଲିକରେ ଥିଲା ସନସାଇନର ହାତସତ୍ୟଙ୍କ ସଙ୍ଗୀନ ଅଭିଯୋଗ, ପୂର୍ବରୁ କେମିଷ୍ଟ୍ରୀ ପେପର ଲିକରେ ଥିଲା ସନସାଇନର ହାତ

ସତ୍ୟ ପ୍ରକାଶ କହିଛନ୍ତି ଯେ, 'ସମସ୍ତେ ଜାଣନ୍ତି ଏହି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଘଣ୍ଟ ଘୋଡାଇ ରଖିଥିଲେ । କାହିଁକି ନବୀନ ବାବୁ ତାଙ୍କୁ ବରଖାସ୍ତ କରୁନାହାନ୍ତି ? ନବୀନ ବାବୁ ଆଇ ଲଭ ୟୁ ଓ ଆଇ ହେଟ ୟୁ ଭିତରେ ଦ୍ଵନ୍ଦରେ ଅଛନ୍ତି । କଂଗ୍ରେସ ଦ୍ଵନ୍ଦରେ ପୂର୍ଣ୍ଣଚ୍ଛେଦ ପକାଇବ । 2013 ମସିହାରେ କେମିଷ୍ଟ୍ରି ପେପେର ଲିକ ହୋଇଥିଲା । ଏହାର ଚେର ମହାଲିଙ୍ଗ କଲେଜ ପର୍ଯନ୍ତ ଲମ୍ବିଥିଲା । ସେତେବେଳେ କ୍ରାଇମବ୍ରାଞ୍ଚ କହିଥିଲା ଏହା ପଛରେ ଏକ ରାକେଟ କାମ କରୁଛି ।' ଏଭଳି ଅନୁଷ୍ଠାନ ସହ ମନ୍ତ୍ରୀମାନେ କାହିଁକି ସମ୍ପର୍କ ରଖିଥିଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ।

ଏଥିସହ ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପଞ୍ଚାୟତରାଜ ବିଭାଗ ତରଫରୁ ନିର୍ମାଣ ନ ହୋଇଥିବା କଲେଜକୁ ସରକାରୀ ଅର୍ଥ ପ୍ରଦାନ କରାଯାଇଛି । ଯେଉଁଠି କଳାହାଣ୍ଡି ଜିଲ୍ଲାରେ 5 ହଜାରରୁ ଅଧିକ ସ୍କୁଲ ବିପଦ ସଙ୍କୁଳ ଅବସ୍ଥାରେ ଚାଲୁଛି । ଏଭଳି ସ୍ଥିତିରେ ଏହି ବେସରକାରୀ କଲେଜକୁ କାହିଁକି ଅର୍ଥ ଦିଆଯାଇଛି । ଆମର ଦାବି ହେଉଛି ଗୋବିନ୍ଦ ସାହୁ ମନ୍ତ୍ରୀଙ୍କୁ କେତେଥର ଫୋନ କରିଛନ୍ତି ତାର ଅନୁସନ୍ଧାନ ହେଉ ତା' ସହ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ଗୋବିନ୍ଦ ସାହୁ କେତେଥର ମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନ ଆସିଛନ୍ତି ତା'ର ମଧ୍ୟ ତଦନ୍ତ ହେଉ ବୋଲି ସତ୍ୟପ୍ରକାଶ ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Oct 23, 2021, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.