ଭୁବନେଶ୍ବର: ହାଇସ୍କୁଲ ବନ୍ଦ ହେବା ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ । ଗୃହରେ ଏହି ପ୍ରସଙ୍ଗ ଉଠାଇଲା କଂଗ୍ରେସ ବିଭାଗୀୟ ମନ୍ତ୍ରୀ । ସ୍କୁଲ ବନ୍ଦ ପ୍ରତିଶ୍ରୁତି ନ ଦେବାରୁ ନିଜ ଆସନରେ ଛିଡା ହୋଇ ପ୍ରତିବାଦ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ନିର୍ଦ୍ଦିଷ୍ଟ ଖବର କାଗଜରେ ପ୍ରକାଶିତ ଖବରକୁ ନେଇ ଉଠାଇଲେ ପ୍ରଶ୍ନ । ବିଧାନସଭା ଚାଲୁଥିବା ବେଳେ କାହିଁକି ବିଭାଗ ଏପରି ନିଷ୍ପତ୍ତି ନେଲା ? ବିଧାନସଭା ଚାଲିଥିବାବେଳେ ଏପରି ନୀତିଗତ ନିଷ୍ପତ୍ତି ହୋଇଛି କି ? ସ୍କୁଲ ବନ୍ଦ ହେବ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତିଶ୍ରୁତି ନ ଦେବାରୁ ନରସିଂହ କରିଛନ୍ତି ପ୍ରତିବାଦ ।
ଏହି ପ୍ରସଙ୍ଗରେ ଉତ୍ତର ରଖି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, କିଛି ସ୍କୁଲରେ ଶିକ୍ଷକ ଅଛନ୍ତି ପିଲା ନାହାନ୍ତି, କିଛି ସ୍କୁଲରେ ପିଲା ଅଛନ୍ତି ଶିକ୍ଷକ ନାହାନ୍ତି । ଅନ୍ୟ କିଛି ସ୍ଥାନରେ ରାସ୍ତା ଏପଟେ ଗୋଟିଏ ସ୍କୁଲ ଓ ଅନ୍ୟପଟେ ଆଉ ଗୋଟେ ସ୍କୁଲ ରହିଛି । ତାକୁ ଦୃଷ୍ଟିରେ ରଖି କେବଳ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ଦିଆଯିବା ପରେ ସେ ଉପରେ ବିଚାର ବିମର୍ଶ ଚାଲିଛି ।
ତେଣୁ ହଜାରେ ହାଇସ୍କୁଲ ବନ୍ଦ ହେବା ନେଇ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇ ନାହିଁ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ ପତି ବି ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବିନା ବିଧାନସଭା ଆଲୋଚନାରେ ରାଜ୍ୟର କୌଣସି ବି ଗୋଟିଏ ସ୍କୁଲ ବନ୍ଦ ହେବ ନାହିଁ ବାଚସ୍ପତି ଏନେଇ ରୁଲିଂ ଦିଅନ୍ତୁ ବୋଲି ଦାବି କରିଛନ୍ତି ତାରା ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ