ETV Bharat / city

ପରୀ ପାଇଁ ଲଢୁଛି କଂଗ୍ରେସ, ବିଜେପି ଲୋକଦେଖାଣିଆ କରୁଛି: ପିସିସି ସଭାପତି - ବିଜେପି ଲୋକଦେଖାଣିଆ କରୁଛି

ପରୀ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ପରୀ ପ୍ରସଙ୍ଗରେ ବିଜେପି ଲୋକଦେଖାଣିଆ କରୁଛି, ପ୍ରକୃତରେ କାହାର ଆନ୍ତରିକତା ନାହିଁ କହିଲେ ପିସିସି ସଭାପତି । ଅଧିକ ପଢନ୍ତୁ...

ପରୀ ପାଇଁ ଲଢୁଛି କଂଗ୍ରେସ, ବିଜେପି ଲୋକଦେଖାଣିଆ କରୁଛି: ପିସିସି ସଭାପତି

author img

By

Published : Dec 10, 2020, 4:21 PM IST

ଭୁବନେଶ୍ବର: ପରୀ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ପରୀକୁ ନ୍ୟାୟ ମିଳିବା ସଂଗ୍ରାମ କଂଗ୍ରେସ ପକ୍ଷରୁ ଜାରି ରହିବ । କିନ୍ତୁ ପରୀ ପ୍ରସଙ୍ଗରେ ବିଜେପି ଲୋକଦେଖାଣିଆ କରୁଛି, ପ୍ରକୃତରେ କାହାର ଆନ୍ତରିକତା ନାହିଁ । ପରୀ ପାଇଁ ଯଦି ସବୁଠୁ ଅଧିକା କାହାର ଆନ୍ତରିକତା ଅଛି, ତାହା କେବଳ କଂଗ୍ରେସ ପାଖରେ ହିଁ ଅଛି । ଆଉ ଏଥିଲାଗି କଂଗ୍ରେସ କାମ ମଧ୍ୟ କରୁଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ନିରଞ୍ଜନ ପଟ୍ଟନାୟକ ମତ ରଖିଛନ୍ତି ।

ପରୀ ପାଇଁ ଲଢୁଛି କଂଗ୍ରେସ, ବିଜେପି ଲୋକଦେଖାଣିଆ କରୁଛି: ପିସିସି ସଭାପତି

ଆମେ ଆରମ୍ଭରୁ ପରୀ ପାଇଁ ଲଢିଛୁ, ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଏହି ଲଢେଇ ଜାରି ରହିବ । ବିଜେପି କେବଳ ଫେସ୍ ସେଭିଂ ପାଇଁ କାମ କରୁଛି, ଯାହାକି ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ବିଜେପି ବିଜେଡି ଏକ ବୋଲି ଚିତ୍ର ହଟାଇବାକୁ ଏଭଳି କରୁଛି ବିଜେପି । ଆମେ ବିଚାର ବିଭାଗ ଉପରେ ବିଶ୍ବାସ ରଖିଛୁ । ବିଜେପି କାହିଁକି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁନାହିଁ ବୋଲି ନିରଞ୍ଜନ ଉଠାଇଛନ୍ତି ପ୍ରଶ୍ନ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.