ETV Bharat / city

PCC ସଭାପତି ପରିବର୍ତ୍ତନ ପ୍ରସଙ୍ଗ: ସରିଲା ବୈଠକ, ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ସୋନିଆ - ପିସିସି ପରବର୍ତ୍ତନ ପ୍ରସଙ୍ଗ

ପିସିସି ସଭାପତି ପରିବର୍ତ୍ତନ ନେଇ ସରିଲା ବୈଠକ । କଂଗ୍ରେସ ଭବନରେ ଉପସ୍ଥିତ ଥିଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ସାଥିରେ ଏଆଇସିସି ସହ ସମ୍ପାଦକ ରୁଦ୍ର ରାଜୁ ମଧ୍ୟ ଉପସ୍ଥିତ ଥିଲେ । ଅଧିକ ପଢନ୍ତୁ

କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ବୈଠକ ଜାରି

author img

By

Published : Apr 26, 2022, 10:54 AM IST

Updated : Apr 26, 2022, 12:58 PM IST

ଭୁବନେଶ୍ବର: ପିସିସି ପରିବର୍ତ୍ତନ ନେଇ ବୈଠକ ହୋଇଛି । କଂଗ୍ରେସ ଭବନରେ ଉପସ୍ଥିତ ଥିଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ସାଥିରେ ଏଆଇସିସି ସହ ସମ୍ପାଦକ ରୁଦ୍ର ରାଜୁ ମଧ୍ୟ ଉପସ୍ଥିତ ଥିଲେ । ପିସିସି ସଭାପତି ପରିବର୍ତ୍ତନ ନେଇ ରାଜ୍ୟର ବିଭିନ୍ନ କଂଗ୍ରେସ ନେତାଙ୍କ ସହ ବୈଠକ ହୋଇଥିଲା । ଚେଲ୍ଲା କୁମାର ନରସିଂହ ମିଶ୍ରଙ୍କ ମଧ୍ୟରେ ବିଚାର ବିମର୍ଶ ହୋଇଛି । ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ପ୍ରଭାରୀଙ୍କ ସହ ପ୍ରାୟ 30 ମିନିଟ୍ ଧରି ଆଲୋଚନା ହୋଇଥିଲା । କଣ ଆଲୋଚନା ହେଲା ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି ଉପସ୍ଥିତ ନେତା ଓ ବିଧାୟକ ।

କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ବୈଠକ ଜାରି

ନୂଆ ପିସିସି ସଭାପତିଙ୍କ ନାମ ନେଇ ଦଳର ବିଭିନ୍ନ ନେତାଙ୍କ ସହ କଥାବର୍ତ୍ତା ହୋଇଛନ୍ତି ଚେଲ୍ଲାକୁମାର । ଉଭୟ ପକ୍ଷ ଶୁଣିଛନ୍ତି ପ୍ରଭାରୀ । ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରକ୍ରିୟା ସମାପ୍ତ ହେବା ପରେ ଚୂଡାନ୍ତ ନିଷ୍ପତ୍ତି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନେବେ । ଏପ୍ରିଲ ମାସ ଶେଷ ସୁଦ୍ଧା ନୂଆ ପିସିସି ସଭାପତିଙ୍କୁ ଚୟନ କରାଯିବାର ସମ୍ଭାବନା ରହିଛି । ରାଜ୍ୟରେ ଦଳର ସାଂଗଠନିକ ପରିସ୍ଥିତି ଦେଖି କଂଗ୍ରେସ ଅଧ୍ୟକ୍ଷା ଶୀଘ୍ର ନିଷ୍ପତ୍ତି ନେବେ ।

ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ଦଳର ବୈଠକ ମଧ୍ୟ ଜାରି ରହିଛି । ତେବେ କିଏ ହେବେ ପିସିସି ସଭାପତି ତାହା ଶୀଘ୍ର ସ୍ପଷ୍ଟ ହୋଇଯିବ । ପିସିସି ପରିବର୍ତ୍ତନ ସହ ବ୍ରଜରାଜନଗର ଉପନିର୍ବାଚନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Apr 26, 2022, 12:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.