ଭୁବନେଶ୍ବର: କଂଗ୍ରେସ କେନ୍ଦ୍ରୀୟ ଅଧ୍ୟକ୍ଷଙ୍କ ଦ୍ଵାରା ଓଡିଶା ପାଇଁ ନିଯୁକ୍ତ ହୋଇଥିବା ପ୍ରଭାରୀ ଡ଼ ଏ ଚେଲା କୁମାର ଭୁବନେଶ୍ୱରରେ ମଙ୍ଗଳବାର ଅପରାହ୍ନରେ ଆସି ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦର ଠାରେ ପହଁଚିବା ପରେ ରାଜ୍ୟ କଂଗ୍ରେସ ସଭାପତି ଓ ଅନ୍ୟମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ପରେ ସେ ପ୍ରଥମେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି କହିଛନ୍ତି ।
6 ଦିନିଆ ଓଡିଶା ଗସ୍ତରେ ଆସିଥିବା ଚେଲା କୁମାର ଓଡ଼ିଶାରେ କଂଗ୍ରେସର ପୂର୍ବସ୍ଥିତି ଫେରାଇ ଆଣିବା ସହ ଓଡ଼ିଶାର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି। ତେବେ ଏହା ସହିତ ଆଗକୁ ରାଜ୍ୟରେ ଦୁଇଟି ଉପନିର୍ବାଚନ ଥିବାବେଳେ ସେ ଉପରେ ଆଲୋଚନା କରାଯିବା ସହ ବିଭିନ୍ନ ସାଂଗଠନିକ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ