ETV Bharat / city

ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ କୋରୋନା ପୀଡ଼ିତଙ୍କୁ ସେବା ଦେଇ ଶ୍ରଦ୍ଧାଞ୍ଜଳୀ ଦେବ କଂଗ୍ରେସ

ପ୍ରଦେଶ କଂଗ୍ରେସ କମିଟି ଚଳିତ ମାସ ୨୧ ତାରିଖ ଦିନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସକୁ କୋରୋନା ପୀଡ଼ିତଙ୍କ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବା ବୋଲି ନିଷ୍ପତି ନିଆଯାଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି । ଅଧିକ ପଢନ୍ତୁ...

ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ କୋରୋନା ପୀଡ଼ିତଙ୍କୁ ସେବା ଦେଇ ଶ୍ରଦ୍ଧାଞ୍ଜଳୀ ଦେବ କଂଗ୍ରେସ
ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ କୋରୋନା ପୀଡ଼ିତଙ୍କୁ ସେବା ଦେଇ ଶ୍ରଦ୍ଧାଞ୍ଜଳୀ ଦେବ କଂଗ୍ରେସ
author img

By

Published : May 14, 2021, 9:47 PM IST

ଭୁବନେଶ୍ବର: ମେ ୨୧ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ବାର୍ଷିକୀ । ଏନେଇ କଂଗ୍ରେସ ତରଫରୁ ପ୍ରତିବର୍ଷ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । କିନ୍ତୁ ଚଳିତ ବର୍ଷ କୋରୋନା ମହାମାରୀ ସାରା ଭାରତର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଜନସାଧାରଣ ନିଜ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି । ଏଆଇସିସିର ନିର୍ଦ୍ଦେଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ଚଳିତ ମାସ ୨୧ ତାରିଖ ଦିନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସକୁ କୋରୋନା ପୀଡ଼ିତଙ୍କ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବା ବୋଲି ନିଷ୍ପତି ନିଆଯାଇଛି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ।

ଏଣୁ କୋରୋନା ପୀଡିତଙ୍କୁ ମାକ୍ସ, ସାନିଟାଇଜର, ଔଷଧ, ଖାଦ୍ୟ ଓ ଯଥାସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇବା ସହ ସାଧାରଣ ଲୋକଙ୍କୁ କୋରୋନା ମହାମାରୀ ସଂପର୍କରେ ସଚେତନ କରିବାକୁ ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟି ସଭାପତି, ପିସିସି ପର୍ଯ୍ୟବେକ୍ଷକ, ସାଂସଦ, ସାଂସଦ ପ୍ରାର୍ଥୀ, ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ, ଛାମୁଆ ସଂଗଠନ, ପ୍ରକୋଷ୍ଠ ଓ ବିଭାଗର କର୍ମକର୍ତ୍ତା ଏବଂ ବ୍ଲକ ଓ ନଗର କଂଗ୍ରେସ ସଭାପତି ମାନଙ୍କୁ ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହାକୁ ଅତ୍ୟନ୍ତ ଗୁରୁତ୍ବ ମନେ କରି କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦିତ କରିପାରିଲେ ଏହି କୋରୋନା ବିପତ୍ତି ସମୟରେ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କୁ ତାଙ୍କର ପୂଣ୍ୟ ଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.