ETV Bharat / city

2024ରେ କେନ୍ଦ୍ର-ରାଜ୍ୟରେ କଂଗ୍ରେସ ସରକାର: ଦେବାଶିଷ ପଟ୍ଟନାୟକ

author img

By

Published : Nov 3, 2021, 10:33 PM IST

ଗତକାଲି(ମଙ୍ଗଳବାର) ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ଉପ-ନିର୍ବାଚନରେ ଫଳାଫଳ ଆସିବା ପରେ ରାଜ୍ୟ କଂଗ୍ରେସ ନେତା ବେଶ ଉତ୍ସାହିତ ହୋଇପଡିଛନ୍ତି । ଅଧିକ ପଢନ୍ତୁ...

ଦେବାଶିଷ ପଟ୍ଟନାୟକ
ଦେବାଶିଷ ପଟ୍ଟନାୟକ

ଭୁବନେଶ୍ବର: ଗତକାଲି (ମଙ୍ଗଳବାର) ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ଉପ-ନିର୍ବାଚନରେ ଫଳାଫଳ ଆସିବା ପରେ ରାଜ୍ୟ କଂଗ୍ରେସ ନେତା ବେଶ ଉତ୍ସାହିତ ହୋଇପଡିଛନ୍ତି ।

2024 ରେ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର : ଦେବାଶିଷ ପଟ୍ଟନାୟକ

ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ସରକାର ଗଢିବ । ଓଡିଶାର ଜନସାଧାରଣ ଆଗାମୀ ନିର୍ବାଚନରେ କଂଗ୍ରେସକୁ ଭୋଟ ଦେବେ । କାରଣ ଦରଦାମ ବୃଦ୍ଧି , ତୈଳ ଦର ବୃଦ୍ଧି , ଗମନାଗମନରେ ଅହେତୁକ ଖର୍ଚ୍ଚ, ଅତ୍ୟାବଶ୍ୟକ ସାମଗ୍ରୀ ହୁ ହୁ ହୋଇ ବଢିବା ଯୋଗୁ ଜନସାଧାରଣ ଅତିଷ୍ଠ ହେଲେଣି । ମୋଦି ଓ ନବୀନ ସରକାର ବିରୋଧରେ ପ୍ରବଳ ଜନମତ ସୃଷ୍ଟି ହେଲାଣି । ଯାହା ଗତକାଲିର ଉପ-ନିର୍ବାଚନ ଫଳାଫଳ ସ୍ପଷ୍ଟ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ ।

ଦେବାଶିଷ କହିଛନ୍ତି ହିମାଚଳ ପ୍ରଦେଶରେ 3 ବିଧାନସଭା କ୍ଷେତ୍ର ଓ ମଣ୍ଡି ସଂସଦୀୟ କ୍ଷେତ୍ରରେ ଉପନିର୍ବାଚନ ଫଳାଫଳ କଂଗ୍ରେସ ହାତକୁ ଗଲା । ଅନ୍ୟ ସ୍ଥାନରେ ମଧ୍ୟ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ହାତକୁ ଭୋଟ ଗଲା। ଦରଦାମ ବୃଦ୍ଧି ପାଇଁ ବିଜେପିର ପରାଜୟ ହୋଇଛି । ଯାହାକୁ ଖୋଲା ଖୋଲି ହିମାଚଳ ମୁଖ୍ୟମନ୍ତ୍ରୀ ସ୍ବୀକାର କରିଛନ୍ତି ।

ତେଣୁ 2024 ସାଧାରଣ ନିର୍ବାଚନରେ ବିଜେପି ଓ ବିଜେଡି ସଫା ହୋଇଯିବେ । କଂଗ୍ରେସ ସରକାର ଗଢିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.