ETV Bharat / city

ପେଗାସସ କେଳେଙ୍କାରୀ: କେନ୍ଦ୍ର ଉପରେ ବର୍ଷିଲା କଂଗ୍ରସ, ରଜ୍ୟପାଳଙ୍କୁ ଦାବିପତ୍ର - ଓଡିଶା ପ୍ରଦେଶ କଂଗ୍ରେସ

କଂଗ୍ରେସ ଭବନରେ ନବଗଠିତ ପିସିସି ମିଡିଆ ସେଲର ପ୍ରଥମ ବୈଠକ । ପେଗାସସ କେଳେଙ୍କାରୀ ନେଇ କେନ୍ଦ୍ର ଉପରେ ପ୍ରବଳ ବର୍ଷିବା ସହ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କଲା ଦଳ । ଅଧିକ ପଢନ୍ତୁ...

ପେଗାସସ କେଲେଙ୍କାରୀ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରସ, ରଜ୍ୟପାଳଙ୍କୁ ଦାବିପତ୍ର

author img

By

Published : Jul 21, 2021, 9:58 PM IST

ଭୁବନେଶ୍ବର: ନବଗଠିତ ପିସିସି ମିଡିଆ ସେଲ ର ପ୍ରଥମ ବୈଠକ ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ହୋଇଯାଇଛି । ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ପେଗାସସ କେଳେଙ୍କାରୀ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା ।

ପେଗାସସ୍ ସ୍ପାଇଓ୍ବେୟାର ଫୋନ ହ୍ୟାକିଂ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ ।କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ନେତା ଓ ସାମ୍ବାଦିକମାନଙ୍କର ଫୋନ ଟ୍ୟାପିଂ କରାଇ ଦେଶଦ୍ରୋହ କାମ କରିଛନ୍ତି । ପେଗାସସ ଗୁଇନ୍ଦାଗିରି ଘଟଣାକୁ ରାଜ୍ୟ କଂଗ୍ରେସ ଅତି ଦୃଢ଼ ଭାବେ ନିନ୍ଦା କରୁଛି ।

ପେଗାସସ କେଲେଙ୍କାରୀ ନେଇ କେନ୍ଦ୍ର ଉପରେ ବର୍ଷିଲା କଂଗ୍ରସ, ରଜ୍ୟପାଳଙ୍କୁ ଦାବିପତ୍ର

ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାର ଉପରେ ଏହା ଆକ୍ରମଣ କହିଲେ ଅତ୍ୟୁକ୍ତି ହେବନାହିଁ । ବ୍ୟକ୍ତିଗତ ଜୀବନ ଉପରେ ଗୁଇନ୍ଦାଗିରି କରିବା ଅକ୍ଷମଣୀୟ ଅପରାଧ । ନାଗରିକ ଅଧିକାରକୁ ଏହା ବ୍ୟଥିତ କରିଛି । ଜାତୀୟ ନିରାପତ୍ତା ଉପରେ ମଧ୍ୟ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛି କଂଗ୍ରେସ ।ସେହିପରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ କେତୋଟି ପ୍ରଶ୍ନ ମଧ୍ୟ ପଚାରଛି ଦଳ ।

କଂଗ୍ରେସ ପଚାରିଥିବା ପ୍ରଶ୍ନ ଗୁଡିକ ହେଲା

* ପେଗାସସ କୁ ଗୁଇନ୍ଦାଗିରି କରିବାକୁ ଅନୁମତି କାହିଁକି ଦେଲେ କେନ୍ଦ୍ର ସରକାର ?

* କେନ୍ଦ୍ର ସରକାରଙ୍କ ପକ୍ଷରୁ କିଏ ଏହି ସଂସ୍ଥାକୁ ଅଧିକୃତ କରିଛି ?

* ପୂର୍ବତନ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ପୂର୍ବରୁ ଏହାକୁ ପରୋକ୍ଷରେ ସ୍ୱୀକାର କରୁଥିବା ବେଳେ ସରକାର ମାନିବାକୁ ରାଜି ନାହାନ୍ତି କାହିଁକି ?

* କେଉଁ ଉଦ୍ଦେଶ୍ୟରେ ବିରୋଧି ଦଳ ନେତା, ସାମ୍ବାଦିକ, ବିଚାରପତିଙ୍କ ଉପରେ ଗୁଇନ୍ଦାଗିରି ଚାଲିଛି ?

ତେଣୁ ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିବା ସହ ତୁରନ୍ତ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହା ସହ କଂଗ୍ରସର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.