ETV Bharat / city

କଂଗ୍ରେସର 136 ତମ ପ୍ରତିଷ୍ଠା ଦିବସ, ରାଜ୍ୟ କାର୍ଯ୍ୟାଳୟରେ ବିଶେଷ କାର୍ଯ୍ୟକ୍ରମ - ପିସିସି ସଭାପତି

ଆଜି ଭାରତୀୟ ଜାତୀୟ କଂଗ୍ରେସର 136 ତମ ପ୍ରତିଷ୍ଠା ଦିବସ । ଅନ୍ୟପଟେ 100 ବର୍ଷରେ ପଦାର୍ପଣ କଲା ଓଡିଶା କଂଗ୍ରେସ । ଅଧିକ ପଢନ୍ତୁ...

କଂଗ୍ରେସର 136 ତମ ପ୍ରତିଷ୍ଠା ଦିବସ
କଂଗ୍ରେସର 136 ତମ ପ୍ରତିଷ୍ଠା ଦିବସ
author img

By

Published : Dec 28, 2020, 10:56 AM IST

Updated : Dec 28, 2020, 11:07 AM IST

ଭୁବନେଶ୍ବର: ଆଜି (ସୋମବାର) ଭାରତୀୟ ଜାତୀୟ କଂଗ୍ରେସର 136 ତମ ପ୍ରତିଷ୍ଠା ଦିବସ । ଏହାସହ ଆଜି ଓଡିଶା କଂଗ୍ରେସକୁ ପୁରିଛି 100 ବର୍ଷ । ଏହି ଅବସରରେ ଭୁବନେଶ୍ବର କଂଗ୍ରେସ କାର୍ଯ୍ୟାଳୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସହ କଂଗ୍ରେସର ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରିଥିଲେ । ପିସିସି ସଭାପତିଙ୍କ ଦ୍ବାରା ଫ୍ଲାଗ ହୋଷ୍ଟିଂ କରାଯାଇଛି।

କଂଗ୍ରେସର 136 ତମ ପ୍ରତିଷ୍ଠା ଦିବସ, ରାଜ୍ୟ କାର୍ଯ୍ୟାଳୟରେ ବିଶେଷ କାର୍ଯ୍ୟକ୍ରମ

ଆଗାମୀ ଦିନରେ ରାଜ୍ୟରେ କେମିତି କଂଗ୍ରେସର ସ୍ଥିତିକୁ ମଜୁବୁତ କରିବା ସେନେଇ ଶପଥ ଗ୍ରହଣ କରିବା ସହ ଓଡ଼ିଶାରେ ବଢିଚାଲୁଥିବା ଅପରାଧକୁ ଦୂର କରିବାକୁ କଂଗ୍ରେସ ସର୍ବଦା ଚେଷ୍ଟା କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ନେଇ ସରକାର ଉପରେ ବର୍ଷିଥିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Dec 28, 2020, 11:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.