ETV Bharat / city

କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ, ଆଦିବାସୀଙ୍କ ସୁରକ୍ଷା ଦାବି

author img

By

Published : Apr 4, 2021, 6:06 PM IST

ଆଦିବାସୀଙ୍କ ସୁରକ୍ଷା ପାଇଁ ଏସି କମିଶନ ଗଠନ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଦାବି କରାଯାଇଛି । ଅଧିକ ପଢନ୍ତୁ...

କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ, ଆଦିବାସୀଙ୍କ ସୁରକ୍ଷା ପାଇଁ ଦାବି

ଭୁବନେଶ୍ବର: ଆଜି(ରବିବାର) କଂଗ୍ରେସ ଏସି ବିଭାଗର କାର୍ଯ୍ୟକାରୀ ବୈଠକ ବସିଛି । ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରରେ ଅନୁସୂଚିତ ଜାତିକୁ ମଜଭୁତ କରିବା ଓ ତୃଣମୂଳ ସ୍ତରରେ କଂଗ୍ରେସକୁ ମଜବୁତ କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି । ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ବୈଠକ ବସିଥିଲା ।

ରାଜ୍ୟର ପ୍ରତି ଜିଲ୍ଲା ଓ ବ୍ଲକ ସ୍ତରରେ ଏସି ସଂଗଠନକୁ ମଜବୁତ କରିବା ପାଇଁ ଏହି ବୈଠକ ବସିଥିବା ପିସିସି ସଭାପତି କହିଛନ୍ତି । ଅନ୍ୟପଟେ ଏହି ଏସି ବୈଠକରେ ଅଂଶଗ୍ରହଣ କରିଥିବା କଂଗ୍ରେସ ନେତା କହିଛନ୍ତି ଯେ ସାରା ଦେଶରେ ରାଜ୍ୟରେ ଯେଉଁଭଳି ଭାବରେ ଦଳିତ ଆଦିବାସୀମାନଙ୍କ କେନ୍ଦ୍ର ଓ ରାଜ୍ୟ ସରକାର ସୁରକ୍ଷାର ବଞ୍ଚିତ କରିଛନ୍ତି ଏହା ଏକ ନିନ୍ଦନୀୟ ଘଟଣା ।

ଏସି କମିଶନ ନଥିବାରୁ କୌଣସି ଦଳିତ ଲୋକ ନ୍ୟାୟ ପାଇଁ ହଇରାଣ ହେଉଛନ୍ତି । ତେବେ ରାଜ୍ୟରେ ତୁରନ୍ତ ଏସି କମିଶନ ଗଠନ ପାଇଁ ଦଳ ଦାବି କରିଛି । ଦଳିତ ମହିଳାଙ୍କ ସୁରକ୍ଷା ପାଇଁ ସରକାର କାର୍ଯ୍ୟ କରନ୍ତୁ । ନଚେତ ଆଗାମୀ ଦିନରେ ଘୋର ବିରୋଧ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.