ETV Bharat / city

ସ୍କୁଲ ଫି 30% କମାଇବାକୁ କଂଗ୍ରେସର ଦାବି - ସ୍କୁଲ ଫି ଛାଡ ଦାବି

କୋରୋନା ବିପତ୍ତି ଯୋଗୁଁ ଅଭିଭାବକମାନଙ୍କର ରୋଜଗାର ମଧ୍ୟ ଅନେକାଂଶରେ ବାଧାପ୍ରାପ୍ତ ହୋଇଛି । ଏ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ସ୍କୁଲ ଫି ବାବଦରେ ଅତିକମରେ ୩୦ ପ୍ରତିଶତ ଛାଡ କରାଯାଉ ବୋଲି ସରକାରଙ୍କ ନିକଟରେ ଦାବି ରଖିଛି କଂଗ୍ରେସ । ଅଧିକ ପଢନ୍ତୁ...

ସ୍କୁଲ ଫି 30% କମାଇବାକୁ କଂଗ୍ରେସର ଦାବି
ସ୍କୁଲ ଫି 30% କମାଇବାକୁ କଂଗ୍ରେସର ଦାବି
author img

By

Published : Sep 2, 2020, 5:59 PM IST

ଭୁବନେଶ୍ବର: ରାଜ୍ୟରେ ଉତ୍କଟ ରହିଛି ମହାମାରୀ କୋରୋନାର ସ୍ଥିତି । ଲକଡାଉନ ନିୟମ କୋହଳ ସହ ରାଜ୍ୟରେ ଦୋକାନ ବଜାର ଖୋଲିଥିଲେସୁଦ୍ଧା ଏଯାଏଁ ଶିକ୍ଷାନୁଷ୍ଠାନଗୁଡିକରେ ଝୁଲୁଛି ତାଲା । ତେବେ ସ୍କୁଲ କଲେଜ କେବେ ଖୋଲିବ ଏନେଇ ଆଶାଆଶଙ୍କାରେ ଛାତ୍ରଛାତ୍ରୀ । କୋରୋନା ବିପତ୍ତି ସମୟରେ ଶିକ୍ଷା ବ୍ୟବସ୍ଥାରେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ସେ ବିଷୟରେ ବିଭିନ୍ନ ସମୟରେ ଅନେକ ଗଠନମୂଳକ ପରାମର୍ଶ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ସତ୍ତ୍ବ ଏହା ଗ୍ରହଣ ନକରାଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଅଭିଯୋଗ କରିଛି କଂଗ୍ରେସ ।

ସ୍କୁଲ ଫି 30% କମାଇବାକୁ କଂଗ୍ରେସର ଦାବି

ସ୍କୁଲରେ ଶିକ୍ଷାଦାନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ଯୋଗୁଁ ଗଣଶିକ୍ଷା ବିଭାଗ ଏ ବର୍ଷ ପାଠ୍ୟ ଖସଡାରେ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରିଛନ୍ତି । କୋରୋନା ବିପତ୍ତି ଯୋଗୁଁ ଅଭିଭାବକମାନଙ୍କର ରୋଜଗାର ମଧ୍ୟ ଅନେକାଂଶରେ ବାଧାପ୍ରାପ୍ତ ହୋଇଛି । ଏ ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ସ୍କୁଲ ଫି ବାବଦରେ ଅତିକମରେ ୩୦ ପ୍ରତିଶତ ଛାଡ କରାଯାଉ ଏବଂ ଏହାକୁ ରାଜ୍ୟ ସରକାର ନିଜ ପାଣ୍ଠିରୁ ଭରଣା କରନ୍ତୁ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ସ୍କୁଲ ଫି ଛାଡ କଲେ ଏଥିରେ ଉଭୟ ଅଭିଭାବକ ଓ ସ୍କୁଲ କତ୍ତୃପକ୍ଷ ଉପକୃତ ହେବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଏହି ସାମ୍ବାଦିକ ସମ୍ମିଳନୀରେ କାନୁନଗୋଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଜ୍ଞାନଦେବ ବେଉରା, ପ୍ରଶାନ୍ତ ଶତପଥୀ, ଚିନ୍ମୟ ସୁନ୍ଦର ଦାସ, ଦୀପକ ମହାପାତ୍ର ଓ ସଞ୍ଜୀବ ମହାନ୍ତି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.