ETV Bharat / city

Justice For Mamita: ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସହ ଅନ୍ୟ ୪ଜଣଙ୍କ Polygraph Test ଦାବି - polygraph test of divyashankar mishra

ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଲିଗ୍ରାଫ ଟେଷ୍ଟ ପାଇଁ ଦାବି କରିଛି କଂଗ୍ରେସ । ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତଦନ୍ତକୁ ଦିଗହରା କରାଉଥିବା ଅଭିଯୋଗ କରିଛି କଂଗ୍ରେସ । ଏହାସହ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟ୍ବିଟ୍ କରିଥିବା ଭଡିଓ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

Justice For Mamita: ମନ୍ତ୍ରୀଙ୍କ ସହ ଅନ୍ୟ ୪ଙ୍କ ପଲିଗ୍ରାଫ ଟେଷ୍ଟ ଦାବି

author img

By

Published : Nov 22, 2021, 4:41 PM IST

ଭୁବନେଶ୍ବର: କଳାହାଣ୍ଡି ସନ୍‌ସାଇନ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ (Mamita Meher Murder case)କୁ ନେଇ ଦାବି ଓ ଆନ୍ଦୋଳନ କମିବାର ନାଁ ଧରୁନି । ପ୍ରତିଦିନ କୌଣସି ନା କୌଣସି ସଂଗଠନ ବା ରାଜନୈତିକ ଦଳ ମମିତାଙ୍କୁ ନ୍ୟାୟ ଦେବାକୁ ଆନ୍ଦୋଳନ କରୁଛନ୍ତି । ଆଜି(ସୋମବାର) କଂଗ୍ରେସ ଏହି ହତ୍ୟାକାଣ୍ଡକୁ ନେଇ ଏକ ନୂଆ ଦାବି କରିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପାଲିଗ୍ରାଫ(polygraph test of Divyashankar Mishra) ଟେଷ୍ଟ ପାଇଁ ଦାବି କରିଛି କଂଗ୍ରେସ । ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତଦନ୍ତକୁ ଦିଗହରା କରାଉଥିବା ଅଭିଯୋଗ କରିଛି କଂଗ୍ରେସ ।

ଏହାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ସୋମବାର କଂଗ୍ରେସ ଭବନରେ ଆୟୋଜିତ ହୋଇଥିଲା ଏହି ସାମ୍ବାଦିକ ସମ୍ମିଳନୀ । କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ମମିତା ମେହେର ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ କରିବା ପାଇଁ ଦାବି କରିଛନ୍ତି । ଖାଲି ସେ ନୁହଁନ୍ତି ଦିବ୍ୟଶଙ୍କର ମିଶ୍ରଙ୍କୁ ୧୫ ଦିନ ଧରି ଆତ୍ମଗୋପନ କରି ରହିବାରେ ସାହାଯ୍ୟ କରିଥିବା ବିଧାୟିକଙ୍କ ମଧ୍ୟ ପାଲିଗ୍ରାଫ କରାଯାଉ ବୋଲି କହିଛନ୍ତି ମନୋଜ ମହାପାତ୍ର ।

ପରି ହତ୍ୟାକାଣ୍ଡର ତଦନ୍ତ କରିଥିବା SIT ମୁଖ୍ୟ ଅରୁଣ ବୋଥ୍ରା ଅଭିଯୁକ୍ତ ନାବାଳକୁ ଯେଉଁ ଆଧାରରେ ଦୋଷୀ ପ୍ରମାଣିତ କରିଥିଲେ । ସେହି ଆଧାରରେ ମମିତା ମେହେର ହତ୍ୟାକାଣ୍ଡରେ ବିରୋଧୀଙ୍କୁ ପ୍ରମାଣ ମାଗୁଥିବା ବିଜେଡିର ନେତା, ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ସମେତ ଉତ୍ତରାଞ୍ଚଳ DIG ଦୀପକ କୁମାର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଦୁଇ ଆରକ୍ଷୀ ଅଧିକ୍ଷକଙ୍କ ପାଲିଗ୍ରାଫ ଟେଷ୍ଟ କରାଗଲେ କିଏ ସତ କହୁଛି ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ।

ମମିତାଙ୍କ ପିତାମାତା ନିରୀହ ହୋଇଥିବାରୁ ସେମାନଙ୍କ ଉପରେ ଚାପ ପକାଇ ଭିଡିଓ କରାଯାଇଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏହି ଭଡିଓ ଟ୍ବିଟ୍‌ କରି ମମିତାକୁ ଯେଉଁ ନ୍ୟାୟ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ୍‌ କରିଥିଲେ ତାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.